oum

ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସ୍ମାରକପତ୍ର ପ୍ରଦାନ

jsm
  • ଖୁବ୍‌ ଶୀଘ୍ର ସାନି ନିର୍ଦ୍ଦେଶନାମା ପ୍ରକାଶ ପାଇବ : ସମୀର ଦାଶ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସାମ୍ବାଦିକମାନଙ୍କୁ ବିଦ୍ୟାଳୟ ପ୍ରବେଶ କଟକଣା ନେଇ ଜାରି ନର୍ଦ୍ଦେଶନାମା ପ୍ରତ୍ୟାହୃତ ଦାବୀରେ ଆଜି ଉତ୍କଳ ସାମ୍ବାଦିକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ସଭାପତି ବିଭୂତି ଭୂଷଣ କରଙ୍କ ନେତୃତ୍ୱରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏ ନେଇ ସାରା ରାଜ୍ୟର ସାମ୍ବାଦିକ ଓ ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ପ୍ରକାଶ ପାଇଥିବା ତୀବ୍ର ପ୍ରତିକ୍ରିୟା ସମ୍ପର୍କରେ ସଂଘ ପକ୍ଷରୁ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ସାମ୍ବାଦିକମାନଙ୍କ ବୃତ୍ତିଗତ ସ୍ୱାଧୀନତା ସମ୍ପର୍କରେ ରାଜ୍ୟ ସରକାର ସର୍ବାଦୌ ସଚେତନ ଅଛନ୍ତି ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କ ପକ୍ଷରୁ ସଦ୍ୟ ପ୍ରକାଶିତ ନିର୍ଦ୍ଦେଶନାମାକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ ଯଥାଶୀଘ୍ର ଦୂର ହେବ ତଥା ଏ ସଂକ୍ରାନ୍ତରେ ଏକ ସାନି ନିର୍ଦ୍ଦେଶନାମା ବିଭାଗ ପକ୍ଷରୁ ଖୁବ୍‌ ଶୀଘ୍ର ପ୍ରକାଶ ପାଇବ ବୋଲି ମନ୍ତ୍ରୀ ଆଲୋଚନା କାଳରେ ପ୍ରକାଶ କରିଛନ୍ତି । ସାମ୍ବାଦିକଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ କଲା ଭଳି ନିର୍ଦ୍ଦେଶନାମା ଅବିଳମ୍ବେ ପ୍ରତ୍ୟାହାର ନହେଲେ ସମଗ୍ର ରାଜ୍ୟରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରାଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହି ପ୍ରତିନିଧି ମଣ୍ଡଳୀରେ ସଂଘର ବରିଷ୍ଠ ନେତା ବେଣୁଧର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ନାୟକ, ବିମଳ କୁମାର ଭଞ୍ଜଦେଓ, ରାଜେନ ଚୌଧୁରୀ, ପ୍ରସନ୍ନ ତ୍ରିପାଠୀ, ପ୍ରତାପ ପ୍ରଧାନ, ବୈଷ୍ଣବ ଚରଣ ଜେନା, ଭରତ ବେହେରା, ନବୀନ ଦାସ ପ୍ରମୁଖ ସମ୍ମିଳିତ ହୋଇଥିଲେ ।

Leave A Reply

Your email address will not be published.