ls

ରାଉରକେଲାରେ ରେଳ ଡିଭିଜନ ନେଇ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

sb

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଝାରସୁଗୁଡା ଗ୍ରସ୍ତ ଅବସରରେ ଉତ୍ତର ଓଡିଶା ରେଳ ସମନ୍ବୟ ସମିତି ଓ ରାଉରକେଲା ରେଲୱେ ଡିଭିଜନ ଆକ୍ସନ କମିଟି ତରଫରୁ ଝାରସୁଗୁଡା ସର୍କିଟ ହାଉସ୍‌ଠାରେ ବିଭିନ୍ନ ଦାବୀ ନେଇ ସ୍ମାରକପତ୍ର ମାନ ପ୍ରଦାନ କରାଯାଇଛି । ଏହି ସ୍ମାରକପତ୍ର ଗୁଡିକରେ ସୁନ୍ଦରଗଡ, ଝାରସୁଗୁଡା ଓ କେନ୍ଦୁଝରକୁ ନେଇ ରାଉରକେଲାରେ ରେଳ ଡିଭିଜନ, ତାଳଚେର ବିମଳାଗଡ ରେଳପଥକୁ ଯଥାଶୀଘ୍ର ପୂର୍ଣ୍ଣାଙ୍ଗ, ରାଜାରାଣୀ ଏକ୍ସପ୍ରେସକୁ ୩ ଦିନ ବଦଳରେ ସବୁଦିନ ଚାଲୁ କରିବା, ରାଉରକେଲାରୁ ପାରାଦ୍ବୀପ ଯିବା ପାଇଁ ଏକ ରାତ୍ରିକାଳୀନ ଟ୍ରେନ କେନ୍ଦୁଝର ଭାୟା ଦେଇ ପ୍ରଚଳନ କରିବା, ଇଣ୍ଟରସିଟିରେ ଅଧିକ ବଗି ଯୋଡିବା ସହ ଭାୟା କଟକ ଦେଇ ଚଳାଚଳ କରିବା ଇତ୍ୟାଦି ଦାବି ରହିଛି। ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ ବୁଦ୍ଧିଜୀବୀଙ୍କ ସ୍ୱାକ୍ଷର ସମ୍ବଳିତ ସ୍ମାରକପତ୍ର କେନ୍ଦ୍ର ରେଳମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ, ଚକ୍ରଧରପୁର ଡିଭିଜନରେ ସୁନ୍ଦରଗଡ ଜିଲ୍ଲାରେ ଯେତେ କଳକାରଖାନା ଅଛି ତନ୍ମଧ୍ଧରୁ ୭୦ ଭାଗ ରାଜସ୍ୱ ଆଦାୟ ଏହି ଠାରୁ ହିଁ ହେଉଛି । ଚକ୍ରଧରପୁର ରୁଟରେ ୭୪୧ କିଲୋମିଟର ରେଳପଥ ଓ ୮୮ଟି ଷ୍ଟେସନ ଥିବାବେଳେ ସେଥିମଧ୍ୟରୁ ସୁନ୍ଦରଗଡରେ ୪୦୫ କିଲୋମିଟର ରେଳପଥ ଓ ରାଉରକେଲାରେ ରେଳ ଡିଭିଜନ ଭିତରେ ୬୩ଟି ଷ୍ଟେସନ ରହିଛି । ଅନ୍ୟ ପକ୍ଷରେ ବନ୍ଧମୁଣ୍ଡାଠାରେ ଆବଶ୍ୟକୀୟ ହେଉଥିବା ସ୍ଥାନ ତଥା ମୂଳ ଭିତ୍ତିଭୂମିର ଅନୁକୂଳ ବାତାବରଣ ମଧ୍ୟ ରହିଛି । ରାଉରକେଲାରେ ରେଳ ଡିଭିଜନ ହେଲେ ରେଳବାଇକୁ ଅଧିକ ଖର୍ଚ୍ଚାନ୍ତ କରିବାକୁ ପଡିବ ନାହିଁ । ସେହିପରି ଚକ୍ରଧରପୁର ଓ ଝାରସୁଗୁଡ଼ା ମଧ୍ୟରେ ରାଉରକେଲା ଷ୍ଟେସନ ଅଛି । ଜନ ସାଧାରଣଙ୍କ ସ୍ୱାର୍ଥ ଦୃଷ୍ଟିରୁ ତଥା ଅନୁକୂଳ ପରିବେଶ ସହ ଆବଶ୍ୟକ ଭିତ୍ତିଭୂମି ଥିବାରୁ ଏଠାରେ ରେଳ ଡିଭିଜନ କରିବାକୁ ଦାବୀ କରାଯାଇଛି । ମନ୍ତ୍ରୀ ଶ୍ରୀ ବୈଷ୍ଣବ ସମସ୍ତ ବିଷୟ ଅବଗତ ହେଲା ପରେ ଏ ସଂପର୍କରେ ସ୍ବତନ୍ତ୍ର ଧ୍ୟାନ ଦେବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଉତ୍ତର ଓଡିଶା ରେଳ ସମନ୍ୱୟ ସମିତିର ସାଧାରଣ ସଂପାଦକ ସଂଗ୍ରାମ କେଶରୀ ମହାନ୍ତି, ରାଉରକେଲା ରେଲୱେ ଡିଭିଜନ ଆକ୍ସନ କମିଟିର ଆବାହକ ସୁମନ ଦତ୍ତ, ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ଓ ବିରମିତ୍ରପୁରର ସମାଜସେବୀ ରାଜେନ୍ଦ୍ର କୁଜୁର ପ୍ରମୁଖ ଉପସ୍ଥିତ ଥିଲେ ।

pc pk
Leave A Reply

Your email address will not be published.