om academy

ରାଜ୍ୟରେ ୧୩୧ଟି ଶୀତଳ ଭଣ୍ଡାର ମଧ୍ୟରୁ ୯୮ ଅଚଳ, ୩୩ ସଚଳ : କୃଷି ମନ୍ତ୍ରୀ

jsm

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ରାଜ୍ୟରେ ମୋଟ ୧୩୧ଟି ଶୀତଳ ଭଣ୍ଡାର ରହିଛି । ସେଥି ମଧ୍ୟରୁ ବର୍ତ୍ତମାନ ୯୮ଟି ଅଚଳ ହୋଇ ପଡ଼ିଥିବା ବେଳେ ମାତ୍ର ୩୩ଟି ସଚଳ ରହିଛି । ରାଜ୍ୟ ସରକାର ଶୀତଳ ଭଣ୍ଡାର ଉପରେ ଗୁରୁତ୍ୱ ଦେଉଛନ୍ତି । ପୂର୍ବଭଳି ରାଜ୍ୟରେ ଆଉ ବଡ଼ବଡ଼ ଶୀତଳ ଭଣ୍ଡାର କରାଯିବ ନାହିଁ । ବରଂ ଯେଉଁଠି ଅମଳ ହେଉଛି ସେହି ସ୍ଥାନରେ ଛୋଟଛୋଟ ଶୀତଳ ଭଣ୍ଡାର ନିର୍ମାଣ ପାଇଁ ସରକାର ଯୋଜନା କରୁଛନ୍ତି । ବିଧାନସଭାର ପ୍ରଶ୍ନକାଳରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଏନେଇ ବିବୃତ୍ତି ରଖିଛନ୍ତି ।

କୃଷି ମନ୍ତ୍ରୀ କହିଛନ୍ତି ଯେ, ଉଦ୍ୟାନ କୃଷି ଜରିଆରେ ରାଜ୍ୟର ଅମଳ ବୃଦ୍ଧି ପାଇଛି । ୨୦୧୫ ରୁ ୨୦୨୨ ମଧ୍ୟରେ ଫଳମୂଳ ଉତ୍ପାଦନ ୧୭ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ପନିପରିବା ଉତ୍ପାଦନ ୯.୪ ପ୍ରତିଶତ ବୃଦ୍ଧି ପାଇଛି ।

Leave A Reply

Your email address will not be published.