oom

କୁରୁଲ ଉଚ୍ଚ ବିଦ୍ୟାଳୟରେ ତିନିଦିନିଆ ଶୀତକାଳୀନ ଶିବିର ଅନୁଷ୍ଠିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିକଳ୍ପ ପରିବାରରେ ପାଳିତ ୫୦ରୁ ଅଧିକ ଶିଶୁମାନଙ୍କୁ ନେଇ କୁରୁଲ ଉଚ୍ଚ ବିଦ୍ୟାଳୟରେ ତିନିଦିନିଆ ଶୀତକାଳୀନ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଶିବିରରେ ପିଲାମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି କରିବା, ଆବେଗ ନିୟନ୍ତ୍ରଣ, ସେମାନଙ୍କ ମଧ୍ୟରେ ଦେଖାଯାଉଥିବା ଲୁକ୍କାୟିତ ପ୍ରତିଭାକୁ ଚିହ୍ନଟ କରିବା, ତଥା ସେମାନଙ୍କ ଭବିଷ୍ୟତ ଯୋଜନା ନିର୍ଦ୍ଧାରଣ ପାଇଁ ପିଲାମାନଙ୍କୁ ବିଭିନ୍ନ ଦଳଗତ ଆଲୋଚନା ମାଧ୍ୟମରେ ଶିକ୍ଷା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମଟି ଶିଶୁମାନଙ୍କୁ ବହୁତ ଉତ୍ସାହିତ କରିଥିଲା । ଯାହା ଶିଶୁମାନେ ନିଜର ବ୍ୟକ୍ତିଗତ ଭବିଷ୍ୟତ ଯୋଜନା ବିଭିନ୍ନ ଗୀତ, ନୃତ୍ୟ, ଗପ, ଡ୍ରାମା, ଚିତ୍ରାଙ୍କନ ମାଧ୍ୟମରେ ପରିପ୍ରକାଶ କରିଥିଲେ । ଶିଶୁମାନେ ଏହି ବିଦ୍ୟାଳୟ ପରିବେଶକୁ ଦେଖି ଖୁସି ହେବା ସହିତ କୁରୁଲ ଗ୍ରାମ ପରିଭ୍ରମଣ କରି ଉପଭୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମଟି ଏଲ୍.ଡବ୍ଲୁ.ବି. ଓ ଏସ୍.କେ.ଏନ୍. ସହାୟତାରେ ଓ୍ୱାଇ.ସିଡି.ଏ ଦ୍ୱାରା ଆୟୋଜିତ ହୋଇଥିଲା । କୁରୁଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଇଂ. ବବିତା ସିଂ (ପଲ୍ୟୁସନ ବୋର୍ଡ କ୍ଷେତ୍ର ଅଧିକାରୀ), ବିଷ୍ନୁ ପ୍ରସାଦ କେଡିଆ, ସମାଜସେବୀ, ପ୍ରକୃତିବନ୍ଧୁ ଦିଗାମ୍ବର ନାଏକ, ଆନନ୍ଦ ସାହୁ ପ୍ରଧାନ ଶିକ୍ଷକ, ଅରୁଣ ପ୍ରଧାନ, କାର୍ଯ୍ୟକ୍ରମ ନିର୍ଦ୍ଧେଶକ ଓ୍ୱାଇ.ସିଡି.ଏ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ଓ୍ୱାଇ.ସିଡି.ଏ ମୁଖ୍ୟ ସଂପାଦକ କାର୍ଯ୍ୟନିର୍ବାହୀ ଅଧିକାରୀ ଶିଶୁମାନଙ୍କର ଭବିଷ୍ୟତ ଗଠନ ନିମନ୍ତେ ସଂପୁର୍ଣ୍ଣ ସହଯୋଗ ପାଇଁ ପ୍ରତିସୃତି ଦେଇଥିଲେ । ଏହାକୁ ଓ୍ୱାଇ.ସିଡି.ଏ ବଲାଙ୍ଗିର ପରିବାରର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.