ରାଜ୍ୟ ସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍‌ରା ଦ୍ୱିତୀୟ ସନ୍ଧ୍ୟାରେ ନାଟକ “ଗୁଟେ ରାତିର କଥା” ଓ “ସୀତାଚୋରି” ମଞ୍ଚସ୍ଥ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ପଲ୍ଲିଶ୍ରୀ ବିହାର ସ୍ଥିତ ରାଧାକୃଷ୍ଣ ମଣ୍ଡପରେ ରାଜ୍ୟ ସ୍ତରୀୟ ମହାକୋଶଲ କୋଶଲି ନାଟବାଦୀ-ନାଟଯାତ୍‌ରା ଦ୍ୱିତୀୟ ଦିବସରେ ସାମାଜିକ କର୍ମୀ ସୁଲୋଚନା ମିଶ୍ର ମା’ ସମଲେଇଶ୍ୱରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ପୂଜାର୍ଚ୍ଚନା ପରେ ନାଟ୍ୟକାର ସୁମନ୍ତ ଭୋଇଙ୍କ ନିର୍ଦ୍ଦେଶନାରେ ସୁବର୍ଣ୍ଣପୁର ଜିଲ୍ଲା ବଡକର୍ଲେ ବିଣାପାଣୀ ସାହିତ୍ୟ କଳା ସଂସଦର କଳାକାରମାନେ କୋଶଲି ନାଟକ “ଗୁଟେ ରାତିର କଥା” ପରିବେଷଣ କରିଥିଲେ । ହାସ୍ୟରସାôବକ ନାଟକ ହୋଇଥିବାରୁ ମୂଳରୁ ଶେଷ ଦର୍ଶକଙ୍କୁ ଆଦୃତ କରିପାରିଥିଲା । ତାପରେ ଗୀତିନାଟ୍ୟ “ସୀତାଚୋରୀ” ଚିକଲବାହାଲ ଜୟ ହନୁମାନ ନାଟ୍ୟ କଳାପରିଷଦର କଳାକାର ମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଥିଲା । ରାବଣ ଭୂମିକାରେ ଅଭିନୟ କରୁଥିବା ଶତୃଘ୍ନ ବେହେରାଙ୍କ ଅଭିନୟ ଜୀବନ୍ତ ଥିଲା । ଡା. ପ୍ରମୋଦ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ସମ୍ବର୍ଦ୍ଧନା ସଭା ହୋଇଥିଲା । ବରେଣ୍ୟ ଅତିଥି ଭାବରେ ସାଇଟ ଇଂଜିନିୟରିଂ କଲେଜର ପ୍ରିନସିପାଲ ଇଂ. ନମିତା ପଟେଲ ଓ ସୁଶ୍ରୀ ଆଇ.ଟି.ଆଇ. ପ୍ରିନସିପାଲ ଇଂ. ସନ୍ତୋଷ ବ୍ରହ୍ମା ଯୋଗଦାନ କରି ନାଟକ କିପରି ସମାଜର ପରିବର୍ତ୍ତନ ପାଇଁ ସହାୟକ ହୁଏ ସେ ବିଷୟରେ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ମଞ୍ଚ ନାଟକରେ ଅଭିନୟ କରୁଥିବା କଳାକାର ସତ୍ୟବ୍ରତ ଆଚାର୍ଯ୍ୟ ଓ ଧିରାଜ ବେଜ୍୍‌ଙ୍କୁ ନାଟକ ପ୍ରତିଭା ସମ୍ମାନରେ ସମ୍ମାନୀତ କରାଯାଇଥିଲା । ସାଇଟ୍‌ର ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବୃନ୍ଦାବନ ମହାକୁର, ଜୟନ୍ତ ପଟେଲ, ଆଦିତ୍ୟ ପଟ୍ଟନାୟକ, ଅଶୋକ ପଧାନ, ଲୋକନାଥ ସିଂହ , ଦେବାଶିଷ ପଟ୍ଟନାୟକ, ତଥା ପ୍ରଫୁଲ୍ଲ ମିଶ୍ର, ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.