jayashree

ଶିଶୁ ମହୋତ୍ସବ ସୁରଭୀ ୨୦୨୧ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠ, ପରିସରରେ ଘୋରଡିଆ ଆଞ୍ଚଳିକ ସାଧନ କେନ୍ଦ୍ର ପକ୍ଷରୁ ବୁଧବାର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ (ସୁରଭି)-୨୦୨୧ ଅନୁଷ୍ଠିତ ହୋଇଯାଇଛି । ସିଆରସିସି ତପନ କୁମାର ମଲ୍ଲିକଙ୍କ ତତ୍ଵାବଧାନରେ ଅନୁଷ୍ଟିତ ଏହି ଶିଶୁ ମହୋତ୍ସବରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ସରପଞ୍ଚ କୁନୀମଣି ରାଉତରାୟ, ମୁଖ୍ୟବକ୍ତା ଭାବେ ପ୍ରଧାନ ଶିକ୍ଷକ ସଞ୍ଜୟ ଦାସ, ସମ୍ମାନିତ ଅତିଥି ରୂପେ ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡ଼ିଆ, ଶିକ୍ଷାବିତ୍‌ ଲଡୁକିଶୋର ସାମନ୍ତସିଂହାର ପ୍ରମୁଖ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । ସିଆରସିସି ଶ୍ରୀ ମଲ୍ଲିକ ଅଧ୍ୟକ୍ଷତା କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ଶିକ୍ଷୟତ୍ରୀ ଲକ୍ଷ୍ମୀପ୍ରିୟା ପ୍ରଧାନ ମଞ୍ଚ ସଂଯୋଜନା କରିଥିଲେ । ଏହି ଶିଶୁ ମହୋତ୍ସବରେ ଘୋରଡିଆ ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନ ଘୋରଡିଆ ନୋଡାଲ ଉଚ୍ଚ ବିଦ୍ୟାଳୟ, ରାଧାମୋହନ ଦେବ ଉଚ୍ଚ ବିଦ୍ୟାପୀଠ ଓ ବିଜେବି ନୋଡାଲ ୟୁପି ବିଦ୍ୟାଳୟର ଅଷ୍ଟମ, ନବମ, ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନେ ପ୍ରବନ୍ଧ, ବକ୍ତୃତା, ଚିତ୍ରାଙ୍କନ, ଦେଶାତ୍ମକ ସଙ୍ଗୀତ, ସାଂସ୍କୃତିକ ପ୍ରତିଯୋଗିତାରେ ଭାଗନେଇ ପ୍ରଥମ, ଦ୍ଵିତୀୟ, ତୃତୀୟ ସ୍ଥାନ ଅଧିକାର କରିଥିଲେ, ସେମାନଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରଯାଇଥିଲା । ଯେଉଁମାନେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି, ସେମାନେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ସିଆରସିସି ତପନ କୁମାର ମଲ୍ଳିକ ସୂଚନା ଦେଇଛନ୍ତି । ପ୍ରତିଯୋଗିତା ବିଚାରକ ମଣ୍ଡଳୀରେ ଶିକ୍ଷୟତ୍ରୀ ବିଷ୍ଣୁପ୍ରିୟା ସାହୁ, ଶିକ୍ଷକ ନାୟକ, ଆର୍ତ୍ତତ୍ରାଣ ମାହାନ୍ତି, କୂଶବନ୍ତ କଅଁର, ରାଜେଶ ପ୍ରଧାନ ଓ ବିଭୁତିଭୂଷଣ ପାଟ୍ଟଶାଣୀ ପ୍ରମୁଖ ପ୍ରତିଭାମାନଙ୍କୁ ଚୟନ କରିଥିଲେ । ପ୍ରବନ୍ଧ ପ୍ରତିଯୋଗିତାରେ ସସ୍ମିତା ସାହୁ, ବକ୍ତୃତାରେ ନିଶୀପ୍ରଜ୍ଞା ସାହୁ, ଦେଶାତ୍ମକ ସଙ୍ଗୀତରେ ପ୍ରିୟଦର୍ଶନୀ ମହାପାତ୍ର, ଚିତ୍ରାଙ୍କନରେ ସୌମ୍ୟ ରଞ୍ଜନ ଚମ୍ପତି ଏବଂ କଲଚୁରାଲରେ ନିଶିପ୍ରଜ୍ଞା ଗୃପ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ଏଥିରେ ଶିକ୍ଷକ ଚିତ୍ତରଞ୍ଜନ ରାଉତରାୟ, ବିଶ୍ଵପ୍ରତାପ ବୈରୀଗଞ୍ଜନ, ଗୋପବନ୍ଧୁ ସାସମଲ ଓ ପବିତ୍ର ମୋହନ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ସିଆରସିସି ଶ୍ରୀ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.