ନିଲିଜିପାଲି ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

ନିଲିଜିପାଲି, (କେପିଏନ୍‌ଏସ୍‌) : ନିଲିଜିପାଲି ପ୍ରାଥମିକ ବିଦ୍ୟାଳୟରେ ମହାଆଡ଼ମ୍ବରରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ପୁଇଁନ୍ତଲା ସିଡ଼ିପିଓ ସୁଶମା ତ୍ରିପାଠୀ, ସମ୍ମାନିତ ଅତିଥି ଭାବେ ସୁପରଭାଇଜର ସୁରୁବାଳା ଜେନା, ସମ୍ବର୍ଦ୍ଧିତ ଅତିଥି ଭାବେ ଲାବଣ୍ୟମୟୀ ମିଶ୍ର, ବୁଲି ଦାଶ, କଲ୍ୟାଣୀ କୁମ୍ଭାର ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ଅଳକା ଦାଶ । ଏଥିରେ ସହଯୋଗ କରିଥିଲେ ସୀତା ଜୁଏଡ଼ । ଏହି ଶିଶୁ ଦିବସରେ ଯୋଗଦେଇଥିବା ବକ୍ତାମାନେ ନିଜ ନିଜ ବକ୍ତବ୍ୟରେ ଶିଶୁ ଦିବସର ମହତ୍ୱ ଉପରେ ଆଲୋକପାତ କରିବା ସହିତ ଶିଶୁମାନେ କିପରି ନିଜର ଭବିଷ୍ୟତ ଉଜ୍ୱଳ କରିପାରିବେ ସେ ଉପରେ ଉପଦେଶ ଦେଇଥିଲେ । ଏହି ଅବସରରେ ନିମନ୍ତ୍ରିତ ଅତିଥି ଭାବେ ଶିକ୍ଷୟିତ୍ରୀ ଜୋତ୍ସ୍ନା ପଟେଲ ଓ ଶିକ୍ଷକ ରାମେଶ୍ୱର ସାହୁ ଯୋଗ ଦେଇଥିଲେ । ଶିଶୁ ଦିବସ ଉପଲକ୍ଷେ ସିଡ଼ିପିଓ ଶ୍ରୀମତୀ ତ୍ରିପାଠୀ ଅଙ୍ଗନୱାଡିର ଛାତ୍ରଛାତ୍ରୀମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରିଥିଲେ । ଶେଷରେ ସହକାରୀ ଶିକ୍ଷକ ପ୍ରମୋଦ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥଲେ ।

Leave A Reply

Your email address will not be published.