om academy

ଜାତୀୟ ଶିଶୁ ଦିବସ ପାଳିତ

jsm

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସ୍ଥ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପ୍ରଧାନାଚାର୍ଯ୍ୟ ରବୀନ୍ଦ୍ର ନାଥ ଦାଶ ଅତିଥି ପରିଚୟ ସହ ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ପରିଚାଳନା ସମିତିର ସମ୍ପାଦକ ଶ୍ରୀପଦ୍ମ ଚରଣ ସାହୁ ସଭାପତିତ୍ଵ କରିଥିଲେ । କୋଷାଧ୍ୟକ୍ଷ ଏ. ରାବଣା ରାଓ, ସଦସ୍ୟା ଶ୍ରୀମତି ସୁନିତା ସେଠୀ, ବରିଷ୍ଠ ଆଚାର୍ଯ୍ୟା ସୁସ୍ମିତା ଚୌଧୁରୀ ମଞ୍ଚାସୀନ ଥଲେ । ବିଦ୍ୟାମନ୍ଦିର ଆଚାର୍ଯ୍ୟା ହରପ୍ରିୟା ଚୌଧୁରୀ ଶିଶୁ ଦିବସ ଅବସରରେ ଶିଶୁମାନଙ୍କୁ ମାର୍ଗଦର୍ଶନ କରିଥିଲେ । କୃତୀ ପ୍ରତିଯୋଗୀ ଶିଶୁମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ବରିଷ୍ଠ ଆଚାର୍ଯ୍ୟ ଟି. ସୁରେଶ କୁମାର ଆଚାରୀ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଶିଶୁ ଭାଇ ଭଉଣୀମାନଙ୍କୁ ମିଷ୍ଠାନ ବଣ୍ଟନ କରାଯାଇଥିଲା ।

Leave A Reply

Your email address will not be published.