ଶିଶୁ ଦିବସ-୨୦୨୧ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ, ମୂନିନ୍ଦା ପରିସରରେ ଆଜି ଭୂତପୂର୍ବ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁଙ୍କ ଜୟନ୍ତୀ ତଥା ଶିଶୁ ଦିବସ-୨୦୨୧ ଅନୁଷ୍ଟିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହୃଷିକେଷ ବଳିୟାରସିଂହ ସଭାପତିତ୍ଵ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ପୁରୀ ଜିଲ୍ଲା ବିଜ୍ଞାନ ପର୍ୟ୍ୟବେକ୍ଷକ ସନ୍ତୋଷ କୁମାର ଚୌଧୁରୀ, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଶିକ୍ଷକ ଜଟାଧାରୀ ପରିଡା, ସମ୍ମାନିତ ଅତିଥି ରୂପେ ଅବସରପ୍ରାପ୍ତ ଶିକ୍ଷକ ଆର୍ତ୍ତତ୍ରାଣ ମହାନ୍ତି, ସାମ୍ବାଦିକ ଦିଲ୍ଲୀପ କୁମାର ଧାଉଡ଼ିଆ, ଶିକ୍ଷକ ଦୀପକ ନାୟକ, ପୂରାତନ ଛାତ୍ର ସଂସଦ ସଭାପତି ତ୍ରିନାଥ ପରିଡା ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ କୁଇଜ, ବକ୍ତୃତା, ପ୍ରବନ୍ଧ, ସୋଲା ସଙ୍ଗ, ଚିତ୍ରାଙ୍କନ, ଦଳଗତ ନୃତ୍ୟ ଆଦି କ୍ଷେତ୍ରରେ କ୍ରୂତିତ୍ଵ ଲାଭ କରିଥିବା କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପ୍ରସଂଶା ପତ୍ର, ଉପଢୌକନ, ପୁଷ୍ପଗୁଚ୍ଛ ଦେଇ ସମ୍ବୋଧିତ କରିଥିଲେ । ଶିକ୍ଷକ ପ୍ରବୀର ମହାପାତ୍ର ସଂଯୋଜନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷୟତ୍ରୀ ବୈଜଯନ୍ତୀମଳା ହରିଚନ୍ଦନ, ଶିକ୍ଷକ ରମେଶ ଚନ୍ଦ୍ର ପରିଡା, ଅଜିତ ରାୟ, ସୁଶୀଲ ମୁକୁଟମଣି, ଗୋପବନ୍ଧୁ ସାସମଲ, କୂସବନ୍ତ କଅଁର ପ୍ରମୁଖ ଉପସ୍ଥିତ ରହିଥିଲେ । ଶେଷରେ ଅଧ୍ୟାପକ ତ୍ରିନାଥ ପରିଡା ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

jittmm
Leave A Reply

Your email address will not be published.