ପୁଣି ବୋର୍‌ୱେଲ୍‌ ଭିତରେ ଖସିପଡ଼ିଛି ନବଜାତ ଶିଶୁ କନ୍ୟା

ସମ୍ବଲପୁର : ପୁଣି ବୋର୍‌ୱେଲ୍‌ ଭିତରେ ଖସିପଡ଼ିଛି ନବଜାତ ଶିଶୁ କନ୍ୟା । ସମ୍ବଲପୁର ରେଙ୍ଗାଲି ଲାରିପାଲିରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଛୁଆର କାନ୍ଦ ଶୁଣାଯାଉଥିବା କହିଛନ୍ତି ଉଦ୍ଧାରକାରୀ ଦଳ । ପାଇପ୍‌ ଦ୍ୱାରା ଶିଶୁକୁ ଏବେ ଅକ୍ସିଜେନ୍‌ ଯୋଗାଇ ଦିଆଯାଉଥିବା ସୂଚନା ମିଳିଛି । ଦୀର୍ଘ ୪ ଘଂଟାରୁ ଅଧିକ ସମୟ ହେଲା ବୋର୍‌ୱେଲ୍‌ ଭିତରେ ଫସିରହିଛି ଶିଶୁ ବୋଲି କୁହାଯାଉଛି । ତେବେ କିଏ ପକାଇଲା ବୋର୍‌ୱେଲ୍‌ ଭିତରେ ଏହି ନିଷ୍ପାପ ଶିଶୁ କନ୍ୟାକୁ ଏହାକୁ ନେଇ ସ୍ଥାନୀୟ ଅଂଚଳରେ ବିଭିନ୍ନ ପ୍ରକାର ଆଲୋଚନା ଚାଲିଥିବା ଜଣାପଡ଼ିଛି । ଲୋକେ କେହି କୁଆଁରୀ ମା’ ନିଜର ଅବୈଧ ସନ୍ତାନକୁ ଏହି କୂଅରେ ଫିଙ୍ଗି ଦେଇଥାଇପାରେ ବୋଲି ଆଲୋଚନା ହେଉଛି ।

Leave A Reply

Your email address will not be published.