
ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲାରେ ହଇଚଇ । ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ନେଗିପାଲି ନର୍ସରୀ କଡ ବାଉଁଶବୁଦା ନିକଟରୁ ଏକ ସଦ୍ୟଜାତ ଶିଶୁକନ୍ୟା ଉଦ୍ଧାର ହୋଇଥିବା ସୂଚନା ମିଳିଛି । ସୂଚନା ମୂତାବକ ଜଣେ ବ୍ୟକ୍ତି ସକାଳ ୭ଟା ସମୟରେ ରୁଗୁଡିଖାଲ ପଟୁ ନେଗିପାଲି ନର୍ସରୀ ରାସ୍ତା ଦେଇ ବଳଦ ନେଇ ଯାଉଥିବା ସମୟରେ ଏକ ଛୋଟ ଛୁଆ କାନ୍ଦୁଥିବା ଶୁଣି ନର୍ସରୀରେ କାମ କରୁଥିବା ବ୍ୟକ୍ତିକୁ ଜଣାଇଥିଲେ । ତା’ପରେ ନେଗିପାଲି ନର୍ସରୀରେ କାମ କରୁଥିବା ବ୍ୟକ୍ତି ଆସି ନାଭି ଗୋଡେଇ ହୋଇ ପଡିଥିବା ଓ ଦେହରେ କାଇ ଲାଗିଥିବା ସଦ୍ୟଜାତ ଶିଶୁକନ୍ୟାକୁ ଦେଖିଥିଲେ । ତା’ପରେ ସଂଗେ ସଂଗେ ଲୋଇସିଂହା ପୋଲିସକୁ ଖବର ଦେଇ ଶିଶୁକନ୍ୟାକୁ ନର୍ସରୀ ଭିତରକୁ ନେଇ ପାଣି ପିଆଇ ନାଭି କାଟି ପରେ ପରେ ଲୋଇସିଂହା ପୋଲିସ ଷ୍ଟେସନକୁ ନେଇ ଦେଇଥିବା ଖବର ମିଳିଛି । ଲୋଇସିଂହା ପୋଲିସ ଲୋଇସିଂହା ମେଡିକାଲରେ ଶିଶୁକନ୍ୟାର ବାସ୍ଥ୍ୟ ପରୀକ୍ଷା କରି ବଲାଙ୍ଗିର ଭୀମଭୋଇ ମେଡିକାଲକୁ ପଠାଇ ଦେଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଯେ ଲୋଇସିଂହା ଆଇଆଇସି ନେଗୀପାଲି ନର୍ସରୀରେ କାମ କରୁଥିବା ବ୍ୟକ୍ତି ଫୋନ କରି ଜଣାଇବା ସମୟରେ ଆଇଆଇସିଙ୍କ ନିର୍ଦ୍ଦେଶ ଅନୁସାରେ ଶିଶୁକନ୍ୟାକୁ ଲୋଇସିଂହା ଥାନାକୁ ନେଇ ଦେଇଥିଲେ ।