ସରସ୍ୱତୀ ଶିଶୁ ମନ୍ଦିର ଚନ୍ଦନଭାଟିରେ ପବିତ୍ର ଶିଶୁ ଦିବସ ଓ ଶିଶୁ ବାଟିକା ବିଭାଗର ଶିଶୁ ଶିବିର ପାଳନ

ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ସରସ୍ୱତୀ ଶିଶୁ ମନ୍ଦିର ଚନ୍ଦନଭାଟିଠାରେ ଶିଶୁ ଦିବସ ଓ ଶିଶୁ ବାଟିକା ବିଭାଗର ଶିଶୁ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ପ୍ରଭୁଦତ୍ତ ବିଶି ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶ୍ରୀ ଗଣେଶ କରିଥିଲେ ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ରାମଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଯୁଗଜନ୍ମା ମହାପୁରୁଷ ପଣ୍ଡିତ ଜବାହରଲାଲ୍ ନେହେରୁଙ୍କ ଦେଶଭକ୍ତି ତଥା ଶିଶୁମାନଙ୍କୁ ଭଲ ପାଇବା କଥା ଶିଶୁଙ୍କ ସମ୍ମୁଖରେ ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ । ଶିଶୁ ଭଉଣୀ ସିଦ୍ଧି ଥନାପତି ଓ ଜ୍ୟୋତିର୍ମୟୀ ମେହେର ଶିଶୁ ଦିବସ ବିଷୟରେ ନିଜ ନିଜର ବକ୍ତୃତା ପ୍ରଦାନ କରିଥିଲେ । ଗୁରୁଜୀ ଘନ ମେହେର ଓ ଶତୃଘ୍ନ ସିଂହ ଶିଶୁ ଦିବସ ବିଷୟରେ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଗୁରୁଜୀ ପ୍ରଦୀପ ସା ଧନ୍ୟବାଦ ଅର୍ପଣ କରିଥିଲେ ଓ ଆଚାର୍ଯ୍ୟା ପ୍ରମୋଦିନୀ ସଭା ସଂଯୋଜନା କରିଥିଲେ । ଶିଶୁ ଶିବିର କାର୍ଯ୍ୟକ୍ରମରେ ଶିଶୁ ବାଟିକା ବିଭାଗର ଶିଶୁ ଭାଇ ଭଉଣୀ କଅଗାଁ ସ୍ଥିତ ହନୁମାନ ପୀଠ ଓ ପ୍ରସିଦ୍ଧ ଶିବମନ୍ଦିରକୁ ଭ୍ରମଣରେ ଯାଇଥିଲେ । ଏହି ଅବସରରେ ବାଟିକା ଭାଇ ଭଉଣୀଙ୍କ ଦ୍ବାରା ପୌରାଣିକ ନାଟକ ବକାସୁର ବଧ ଓ ଭକ୍ତ ମୟୂର ମଞ୍ଚସ୍ଥ ହୋଇଯାଇଛି । ପରିଶେଷରେ ସମସ୍ତେ ଭୋଜନ କରି ସ୍ବଗୃହ ପ୍ରତ୍ୟାବର୍ତ୍ତନ କଲେ । ସମସ୍ତ ଆଚାର୍ଯ୍ୟ, ଆଚାର୍ଯ୍ୟା ତଥା ସେବିକାଙ୍କ ସହଯୋଗରେ କାର୍ଯ୍ୟାକ୍ରମଟି ସଫଳତାର ସହ ସମାପିତ ହୋଇଥିଲା ।

Leave A Reply

Your email address will not be published.