ରାଧାଯୁଗଲ କ୍ଲବ ତରଫରୁ ଶିଶୁ ଦିବସ ପାଳିତ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମଦନପୁର ରାଧାଯୁଗଲ ସାଂସ୍କୃତିକ କ୍ଲବ ତରଫରୁ ଆଜି ଅଞ୍ଚଳର ଛାତ୍ର ଛାତ୍ରୀମାନଙ୍କୁ ନେଇ ଶିଶୁ ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ଶିକ୍ଷକ କୈଳାସ ମହାନନ୍ଦ ଉପସ୍ଥିତ ରହି ଶିଶୁମାନଙ୍କ ଭବିଷ୍ୟତ ଆଜିର ଶିଶୁ ଆସନ୍ତାକାଲିର ସୁଯୋଗ୍ୟ ଭାରତ ସନ୍ତାନ ଉପରେ ବକ୍ତବ୍ୟ ରଖିଥିବା ବେଳେ ଛାତ୍ରଛାତ୍ରୀମାନଙ୍କୁ କଲମ, ଖାତା ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏଥିରେ କ୍ଲବ ସଭାପତି ଚନ୍ଦନ କୁମାର ଛତ୍ରିଆ, ସମ୍ପାଦକ ସୁବିଜ୍ଞ ସୁନା, ସକ୍ରିୟ ସଦସ୍ୟ ରିତେଶ ମହାନନ୍ଦ, ମୁନା, ପ୍ରବୀଣ, ପ୍ରଭାତ, ସଞ୍ଜିତ ଦୀପକ ପ୍ରମୁଖ ସାହାର୍ଯ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.