ବଲାଙ୍ଗିର, (କେପିଏନ୍ଏସ୍) : ବିଦ୍ୟାଭାରତୀ ଆବାସିକ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଦେବସ୍ମିତା ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ହିନ୍ଦୀ ଶିକ୍ଷକ ରଞ୍ଜିତ ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ବିଶିଷ୍ଟ କବି, ‘କୋଶଳ ପ୍ରବାହ’ର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ । ମୁଖ୍ୟବକ୍ତା ଶ୍ରୀ ସାହୁ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ଦେଶ ଗଠନରେ ଶିକ୍ଷାର୍ଥୀ ମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାର୍ଯ୍ୟକ୍ରମକୁ ସହାୟତା କରିଥିଲେ ବିଦ୍ୟାଳୟର ନିର୍ଦ୍ଦେଶକ ରାମଚନ୍ଦ୍ର ବେହେରା । କାର୍ଯ୍ୟକ୍ରମର ପ୍ରାରମ୍ଭରେ ଛାତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ବିଦ୍ୟାଳୟର ଓଡ଼ିଆ ଶିକ୍ଷକ ପୁସ୍ତମ ଯୁଆଡି । ବିଦ୍ୟାଳୟ ସ୍ତରରେ ହୋଇଥିବା ବକ୍ତୃତା, ଗୀତ, ନାଚ, ହୁଳହୁଳି, ରଙ୍ଗୋଲି, ଇଂରାଜୀ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଶିକ୍ଷକ ସୁରେଶ ପ୍ରଧାନ ଶିଶୁ ଦିବସର ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ଛାତ୍ରୀ ପ୍ରିୟଙ୍କା ପ୍ରିୟଦର୍ଶିନୀ ସାହୁ, ମନୀଷାମୟୀ ନାଏକ, ମନୀଷା କୁମ୍ଭାର, ଅଭିପ୍ସା ହୋତା, ବବିତା ସାହା ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷକ ବିଭୁତି ଭୂଷଣ ସାହୁ, ସୂର୍ଯ୍ୟଭାନୁ ମେହେର, ଅଂଚଳ ପଧାନ, ଗୁରୁଦେବ ନାଗ, ସୁନିତା ଥପା, ଧିରଜ ସେନାପତି, ମଧୁସୁଦନ ସା, ସ୍ନିଗ୍ଧାରାଣୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ଶେଷରେ ବିଜ୍ଞାନ ଶିକ୍ଷକ ହିତେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
Next Post