centurian jitm

ନିଖୋଜ ଶିଶୁକୁ ପରିବାରକୁ ହସ୍ତାନ୍ତର କଲା ସଦର ପୋଲିସ

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପଥରଚେପା ପଟୁ ଏକ ଛୋଟି ପିଲାଟି ବଲାଙ୍ଗିର ସହର ପଟକୁ କାନ୍ଦି କାନ୍ଦି ଆସୁଥିବା ବେଳେ କିଛି ଭଦ୍ର ବ୍ୟକ୍ତି ପିଲାଟିକୁ ତା’ର ଠିକଣା ପଚାରିଥିଲେ । କିନ୍ତୁ ପିଲାଟି କିଛି ସଠିକ ଭାବେ ଜାଣିପାରୁନ ଥିବାରୁ ପିଲାକୁ ଆଣି ସଦର ଥାନା ପୋଲିସର ଜିମା ଦେଇଥିଲେ । ସଦର ପୋଲିସ ଏହାର ତଦନ୍ତ କରି ଜାଣିବାକୁ ପାଇଥିଲା ଯେ, ପିଲାଟି ସହରର ବେହେରାପାଲିର ବୋଲି । ତେବେ ସଙ୍ଗେ ସଙ୍ଗେ ପରିବାରକୁ ଖବର ଦେଇ ପିଲାଟିକୁ ନିଜ ପରିବାରକୁ ହସ୍ତାନ୍ତର କରିଛି ସଦର ପୋଲିସ ବୋଲି ଜଣାପଡିଛି ।

Leave A Reply

Your email address will not be published.