ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ତିନି ଶିଶୁ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଘୁଟିଆ ଗାଁର କାଞ୍ଚନ ରଣା ଗତ ବର୍ଷ କରୋନା ସମୟରେ ଜ୍ୱରରେ ପୀଡିତ ହୋଇ ମୃତ୍ୟୁବରଣ କରିଥିଲେ । ତାଙ୍କର ଦେହାନ୍ତ ପରେ ସେ ଦେଇଥିବା ତାଙ୍କର କିରାନା ଦୋକାନ ବନ୍ଦ ହୋଇଥିଲା । ନିଜର ଜମିବାଡ଼ି କମ୍‌ ହେତୁ ସେମାନେ ଅସୁବିଧାରେ ଚଳୁଥିଲେ । ପାଖରେ ପଇସା ନଥିବାରୁ ସ୍ୱାମୀ ଦେଇଥିବା କିରାନା ଦୋକାନକୁ ସ୍ତ୍ରୀ ଅହଲ୍ୟା ରଣା ବନ୍ଦ କରିଦେଇଥିଲେ । ଅହଲ୍ୟା ତାଙ୍କର ତିନି ଝିଅ ବଉଳବେଣୀ, ପ୍ରିୟଙ୍କା ଓ ଲବଣିଙ୍କୁ ନେଇ ବହୁତ ଅସୁବିଧାରେ ଦିନ କାଟୁଥିବା ନଜରକୁ ଆସିଥିଲା । ପଞ୍ଚାୟତ ପକ୍ଷରୁ ମାସିକ କିଛି ରାସନ ହିଁ ଭରସା ଥିଲା । ଅହଲ୍ୟା ରଣାଙ୍କ ଦୁଖଦଃ ଖବର ବିଷୟରେ ସାମ୍ବାଦିକ ରାମକୁମାର ସେନାପତି ସମାଜସେବୀ ଯଶୋବନ୍ତ ରଣାଙ୍କୁ ଜଣାଇଥିଲେ । ସମସ୍ୟା ବିଷୟରେ ଜାଣିବା ପରେ ଏହି ଅସହାୟ ପରିବାରକୁ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଭବାନୀପାଟଣାକୁ ଆଣି ସରକାରଙ୍କ ଆଶୀର୍ବାଦ ଯୋଜନାରେ ସାମିଲ କରିବା ପାଇଁ ଡ଼ିଏସ୍‌ଏସ୍‌ଓଙ୍କ ଠାରେ ସମସ୍ତ ଡୋକ୍ୟୁମେଣ୍ଟ ପୈଠ କରିଥିଲେ । ଗତ ମାସରେ ସରକାରଙ୍କ ନିୟମ ଅନୁଯାୟୀ ତିନି ଶିଶୁଙ୍କୁ ପ୍ରଥମ କିସ୍ତି ଟଙ୍କା ମିଳିଛି । ଜଣକ ପିଛା ପନ୍ଦର ସହ ଟଙ୍କା ମିଳିଛି । ସେମାନେ ପ୍ରଥମ କିସ୍ତି ଟଙ୍କା ପାଇବା ପରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ଓ ସମସ୍ତ ଶିଶୁଙ୍କୁ ଏହି ଯୋଜନାରେ ସାମିଲ ହେବା ପାଇଁ ସହଯୋଗ କରିଥିବାରୁ ସାମ୍ବାଦିକ ରାମକୁମାର ସେନାପତି ଓ ସମାଜସେବୀ ଯଶୋବନ୍ତ ରଣାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.