centurian jitm

ଶିଶୁ ବାଟିକାରେ ନାମ ଲେଖାଇବାକୁ ଘରକୁ ଘର ଯାଇ ନିମନ୍ତ୍ରଣ ପତ୍ର ଦେଲେ ଗଞ୍ଜାମ ଜିଲ୍ଲାପାଳ

ଛତ୍ରପୁର : ଏପ୍ରିଲ ୨ରେ ରାଜ୍ୟବ୍ୟାପି ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ପାଳନ ହେବ । ଏଥିପାଇଁ ଶିଶୁ ବାଟିକାରେ କୁନି କୁନି ପିଲାମାନେ ସରକାରୀ ବିଦ୍ୟାଳୟ ନାମ ଲେଖାଇବାକୁ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ଛତ୍ରପୁର ଏନଏସି ଅଧୀନ ପୁତିଗୋପାଳପୁର ସ୍ଥିତ ବଡ଼ସାହିରରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ସ୍ୱତନ୍ତ୍ର ନିମନ୍ତ୍ରଣ ବାଣ୍ଟିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ନିମନ୍ତ୍ରଣ ପତ୍ର ପ୍ରଦାନ କରିବା ସହ ପରିବାର ସହ ଆଲୋଚନା କରିଥିଲେ । ଯେଉଁ ମାନଙ୍କ ବୟସ ସେପ୍ଟେମ୍ବର ୧ ସୁଦ୍ଧା ୫ ବର୍ଷରୁ ଉର୍ଦ୍ଦ ସେମାନେ ଶିଶୁ ବାଟିକା ଓ ୬ ବର୍ଷରୁ ଉର୍ଦ୍ଦ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ । ଆସନ୍ତା ୨ ରୁ ୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ସରକାରୀ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ନିମନ୍ତ୍ରଣ ପତ୍ର ପ୍ରଦାନ ବେଳେ ସମଗ୍ର ଶିକ୍ଷା ଅଭିଯାନର ଏସସି /ଏସଟି ସଂଯୋଜକ ଡ଼. ସରୋଜ ମୋହନ ପାଳ, ବ୍ଲକ ଶିକ୍ଷାଧିକାରୀ ସୁଜିତ କୁମାର ପାଢ଼ୀ, ଏବିଇଓ ସଞ୍ଜୁକ୍ତା ରଥ, ସିଆରସିସି ଆଲୋକ କୁମାର ସେଠୀ, ସୁଶାନ୍ତ କୁମାର ସେଠୀ, ପ୍ରଧାନ ଶିକ୍ଷକ ଅରୁଣ କୁମାର ବେହେରା, ପୁତିଗୋପାଳପୁର ସ୍କୁଲ ପରିଚାଳନା କମିଟି ସଭାପତି ଏସ. ତ୍ରିବେଣୀ ରେଡ୍ଡୀ ଓ ଅଙ୍ଗନାବାଡ଼ି କର୍ମୀ ପ୍ରମୁଖ ଉପସ୍ଥିତଥିଲେ ।

Leave A Reply

Your email address will not be published.