ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହସପିଟାଲର ଏସ୍ଏନ୍ସିୟୁରୁ ନବଜାତ ଶିଶୁ ନିଖୋଜ । ଏଭଳି ଏକ ଅଭିଯୋଗ ଆଣିଛନ୍ତି ବୌଦ୍ଧ ଜିଲ୍ଲା ବରଡ଼ିପଦର ଗାଁର ସୁଶୀଲ ସ୍ୱାଇଁ । ମିଳିଥିବା ସୂଚନା ଅନୁସାରେ ଶ୍ରୀ ସ୍ୱାଇଁ ନିଜ ସ୍ତ୍ରୀଙ୍କୁ ଗତକାଲି ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ । ଆଜି ସକାଳୁ ଅପରେସନ ପରେ ଏକ ଶିଶୁପୁତ୍ର ଜନ୍ମ ହେଲା । ଡାକ୍ତରଙ୍କ ପରାମର୍ଶ ପରେ ଶିଶୁପୁତ୍ରକୁ ଏସ୍ଏନ୍ସିୟୁକୁ ଆଣିଥିଲେ ସମ୍ପର୍କୀୟ । ଦିନ ୧ଟାରେ ଏସ୍ଏନ୍ସିୟୁକୁ ଆସି ପଚାରିବାରୁ ଶିଶୁକୁ ଅନ୍ୟ କେହି ନେଇଥିବା କହିଥିଲେ । ଶିଶୁ ନିଖୋଜ ଘଟଣାକୁ ନେଇ ହସପିଟାଲ ଫାଣ୍ଡି ତରଫରୁ ତଦନ୍ତ ଆରମ୍ଭ କରାଯାଇଥିବା ଜଣାପଡିଛି ।