oom

ମୁରିବାହାଲ ସରସ୍ଵତୀ ଶିଶୁ ମନ୍ଦିରର ବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

jsmm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମାରେ ଥିବା ସରସ୍ୱତୀ ଶିଶୁ ମନ୍ଦିରର ବିଂଶତମ ବାର୍ଷିକ ଉତ୍ସବ ଶିଶୁ ମନ୍ଦିର ପରିସରରେ ଥିବା ଯୋଗେଶ୍ୱର ବିହାରରେ ମହାଆଡମ୍ବରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଶିଶୁ ମନ୍ଦିର ପରିଚାଳନା କମିଟି ସଭାପତି ଶ୍ରୀବତ୍ସ ବେହେରା ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ଭରତ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଚାର୍ଯ୍ୟ ଗୋବିନ୍ଦଚନ୍ଦ୍ର ଦାସ ସଭା ସଂଯୋଜନା କରିଥିଲେ । ଶିଶୁ ମନ୍ଦିର ପରିଚାଳନା କମିଟିର ସଭାପତି ଶ୍ରୀ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ରୂପେ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ମୁଖ୍ୟ ବକ୍ତା ରୂପେ ଟିଟିଲାଗଡ଼ ସଙ୍କୁଳ ବିଦ୍ୱତ ପରିଷଦ ଅଧ୍ୟକ୍ଷ ଜଗନ୍ନାଥ ପଣ୍ଡା, ସମ୍ମାନିତ ଅତିଥି ରୂପେ ବ୍ଲକ ସରପଞ୍ଚ ସଂଘ ସଭାପତି ତଥା ମୁରିବାହାଲ ସରପଞ୍ଚ ବିଶ୍ୱବିହାରୀ ଯୋଶୀ, ରାଜ୍ୟସଭା ସାଂସଦ ପ୍ରତିନିଧି ସିଦ୍ଧେଶ୍ୱର ଦାସ, ମୁରିବାହାଲ ମଠାଧିଶ ସାଧୁ ସୁଶୀଲ ଦାସ ଯୋଗ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ସୁମନାନନ୍ଦ ଖମାରୀ ଶିଶୁ ମନ୍ଦିରର ବାର୍ଷିକ ବିବରଣୀ ପଠନ କରିଥିଲେ । ଏହି ଅବସରରେ ବିଶିଷ୍ଟ କୋଶଲି ଦିବ୍ୟାଙ୍ଗ କବି ମଧୂସୁଦନ ନାଗ, ପୂର୍ବ ପରିଚାଳନା କମିଟି ସମ୍ପାଦକ ଅନୀଲ କୁମାର ଶର୍ମା ଓ ଅଭୟାନନ୍ଦ ଦାସଙ୍କୁ ସ୍ଵତନ୍ତ୍ର ରୂପେ ସମ୍ମାନିତ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପରିଚାଳନା କମିଟି କୋଷାଧ୍ୟକ୍ଷ ତରୁଣ ପୋଡ଼ ଧନ୍ୟବାଦ ଦେଇଥିଲେ । ପରେ ଶିଶୁ ମନ୍ଦିରର କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ଦୀର୍ଘ ସମୟ ପର୍ଯ୍ୟନ୍ତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ସରସ୍ଵତୀ ଶିଶୁ ମନ୍ଦିରର ସମସ୍ତ ପରିଚାଳନା କମିଟି ସଦସ୍ୟ, ସଦସ୍ୟା, ଆଚାର୍ଯ୍ୟ, ଆଚାର୍ଯ୍ୟା, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କ ସମେତ ମୁରିବାହାଲ ଗ୍ରାମବାସୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.