om academy

ଗୁଗୁଲ ମିଟ୍‌ ମାଧ୍ୟମରେ ସିରଜିନା ଉନ୍ମୋଚିତ

jsm

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ଶ୍ରୀ ରାଧାମୋହନ ପୂଜାରୀଙ୍କ ସଭାପତିତ୍ୱରେ ସିରଜିନା ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ପଦ୍ମପୁରର ସମ୍ବଲପୁରୀ ସାହିତ୍ୟ ପତ୍ରିକା ଇ-ସିରଜିନା ଉନ୍ମୋଚିତ ହେଲା । ଇ-ସିରଜିନା ସମ୍ପର୍କରେ ସମ୍ପାଦକ ରାଜେନ୍ଦ୍ର କୁମାର ମହାନ୍ତି କହିଲେ ଯେ, ଏହି ପତ୍ରିକା ନିଶ୍ଚୟ ସମ୍ବଲପୁରୀ ସାହିତ୍ୟ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ । ଏହି ପତ୍ରିକାରେ ୨୯ଟି କବିତା ତିନୋଟି ଗଳ୍ପ, ତିନୋଟି ପ୍ରବନ୍ଧ ଓ ଶିଶୁ କିଶୋର ମାନଙ୍କର ଚିତ୍ର ପ୍ରକାଶିତ ହୋଇଛି । ଅକ୍ଷର ସଜ୍ଜିକରଣ ବେଦବ୍ୟାସ ମେହେର ଓ ଚନ୍ଦନ ସାହୁକରିଥିବା ବେଳେ ଅଳଙ୍କରଣ କରିଛନ୍ତି ଭଗବାନ ମଲ୍ଲିକ । ରାଧାମୋହନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ଏହି ପତ୍ରିକା ପ୍ରକାଶିତ ହୋଇ ପାରିଛି ବୋଲି ମତ ପ୍ରକାଶ ପାଇଛି । ଶେଷରେ ସମସ୍ତଙ୍କୁ ଅଭିନନ୍ଦନ ଓ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା ।

Leave A Reply

Your email address will not be published.