oom

ସଦର ସରପଞ୍ଚ ସ୍ୱାମୀଙ୍କ ଦାଦାଗିରି, ଦୁଇ ଟ୍ରାକ୍ଟରକୁ ଅଟକ, ବାଲି ଉଠାଣରେ ପଚାଶ ହଜାର ଟଙ୍କା ବଟି ଆଦାୟ ଦାବି କରିବା ନେଇ ଥାନାରେ ମାମଲା

jsmm

ସିନାପାଲି, (ଅଜିତ ବେହେରା) : ସିନାପାଲି ଥାନା ଅନ୍ତର୍ଗତ ଉଦନ୍ତୀ ନଦୀ କାପସି ଘାଟରୁ ବାଲି ଚୋରା ଚାଲାଣ ନେଇ ବାରମ୍ବାର ଅଭିଯୋଗ ହେଉଥିବା ବେଳେ ଆଜି ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ବର୍ତ୍ତମାନ କାପସି ଧୋବା ଘାଟ ବାଲି ଘାଟରୁ ବାଲି ଉଠାଣ ବନ୍ଦ ରହିଛି । ହେଲେ ସରକାରଙ୍କ ପ୍ରଦତ୍ତ ଆବାସ ଯୋଜନାରେ ଘର ତିଆରି ପାଇଁ ବାଲି ଉଠାଣ ନିମନ୍ତେ ହିତାଧିକାରୀ ବାଧ୍ୟ ହେଉଛନ୍ତି । ପ୍ରାପ୍ତ ଖବର ଅନୁସାରେ ଆବାସ ଯୋଜନାରେ ଘର ତିଆରି ପାଇଁ ବାଲି ନେଉଥିବା ଦୁଇ ଟ୍ରାକ୍ଟରକୁ ସଦର ସରପଞ୍ଚ ସ୍ୱାମୀ ରାଜୁ ମେହେର ବେଆଇନ ଅଟକ ରଖି ପଚାଶ ହଜାର ଟଙ୍କା ବଟି ଦେବା ପାଇଁ ଦାବି କରିଥିଲେ । ନଚେତ ଟ୍ରାକ୍ଟର ଦ୍ୱୟକୁ ନଛାଡିବା ପାଇଁ ଧମକ ଦେଇଥିଲେ । ଏନେଇ ସମ୍ପୃକ୍ତ ହିତାଧିକାରୀ ତଥା ଟ୍ରାକ୍ଟର ମାଲିକ ରାଜୁ ମେହେର ଓ ସହଯୋଗୀ ନୀତିଶ ମେହେରଙ୍କ ନାମରେ ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି । ସୂଚନା ଅନୁସାରେ ବୋଡେ଼ନ ବ୍ଲକ ଅନ୍ତର୍ଗତ ଲେସୁନପାଲି ଗ୍ରାମର ହେମ ପରାଭୋଇ ସ୍ୱାମୀ ରତ୍ନାକର ପରଭୋଇଙ୍କ ଘର ନିର୍ମାଣ ପାଇଁ ସ୍ଥାନୀୟ ଗୋପାଳ ପୋଡ଼ଙ୍କ ଟ୍ରାକ୍ଟରରେ ବାଲି ନିଆଯାଉଥିଲା । ଏନେଇ ଖବର ପାଇ ସିନାପାଲି ସରପଞ୍ଚଙ୍କ ସ୍ୱାମୀ ରାଜୁ ମେହେର ପିତା ଗିରିସ ମେହେର ସହଯୋଗୀ ନୀତିଶ ମେହେରଙ୍କ ସହ ମିଶି ଟ୍ରାକ୍ଟରକୁ ଅଟକ ରଖି ପଚାଶ ହଜାର ଟଙ୍କା ବଟି ଡିମାଣ୍ଡ କରି ଟ୍ରାକ୍ଟର ଦ୍ୱୟକୁ ନଛାଡିବାକୁ କହିଥିଲେ। ଏନେଇ ଟ୍ରାକ୍ଟର ମାଲିକ ଆବାସ ଯୋଜନାରେ ଘର ତିଆରି କରିବା ପାଇଁ ବାଲି ନିଆଯାଉଥିବା କହି କାକୁତିମିନତି କରିଥିଲେ ହେ ଟ୍ରାକ୍ଟରକୁ ଛାଡି ନଥିଲେ । ବାରମ୍ବାର ଫୋନ କରି ଧମକ ଦେଇ ପଚାଶ ହଜାର ଟଙ୍କା ଦେବାପାଇଁ କହିବାରୁ ଗୋପାଳ ନିରୁପାୟ ହୋଇ ପଡ଼ିଥିଲେ । ଶେଷରେ କୌଣସି ଉପାୟ ନପାଇ ଗୋପାଳ ପୋଡ଼ ସିନାପାଲି ଥାନାର ଦ୍ୱାରସ୍ଥ ହୋଇ ରାଜୁ ମେହେର ଓ ସହଯୋଗୀ ନୀତିଶ ମେହେରଙ୍କ ନାମରେ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି । ଏନେଇ ବେଆଇନ ବଟି ଆଦାୟକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାପାଇଁ ବିଭିନ୍ନ ମହଲରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.