oom

ଏମ୍‌ବିବି ପଲିମର ଶିଳ୍ପାନୁଷ୍ଠାନ ଉଦଘାଟିତ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଭଳି ଏକ ଅନୁନ୍ନତ ଗ୍ରାମାଞ୍ଚଳରେ ବସବାସ କରୁଥିବା ବେରୋଜଗାର ଯୁବକ ଯୁବତୀ ତଥା ଶ୍ରମିକମାନଙ୍କୁ ନୂତନ ନିଯୁକ୍ତି ପ୍ରଦାନ କରି ଏହି ଅଞ୍ଚଳରୁ ବେକାରୀ ଦୂରୀକରଣ ଦିଗରେ କିଞ୍ଚିତ ପ୍ରୟାସ କରିଥିବା ଯୁବ ଉଦ୍ୟୋଗୀ ପଦ୍ମନାଭ ବରାଳଙ୍କୁ ସ୍ଥାନୀୟ ବୁଦ୍ଧିଜୀବୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି । ଡେଲାଙ୍ଗ ବ୍ଲକ ଜେନାପୁର ପଞ୍ଚାୟତ ଅନ୍ତର୍ଗତ କଣ୍ଟାବଣିଆ ଛକ ଗୋବିନ୍ଦପୁରଠାରେ ଏକ ନୂତନ ଶିଳ୍ପଉଦ୍ୟୋଗ ଏମ୍‌ବିବି ପଲିମର ନାମକ ଏକ ଶିଳ୍ପାନୁଷ୍ଠାନ ଯୁବଦ୍ୟୋଗି ପଦ୍ମନାଭ ବରାଳଙ୍କ ଦ୍ଵାରା ପ୍ରତିଷ୍ଠା ହୋଇଯେଇଛି । ଏହି ଉଦଘାଟନ ଉତ୍ସବରେ ଜଳ ଓ ପରିମଳ ବିଭାଗ ନିର୍ବାହୀ ଯନ୍ତ୍ରୀ ଏବଂ ଡେଲାଙ୍ଗ ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ କରକମଳରେ ଉକ୍ତ ଶିଳ୍ପାନୁଷ୍ଠାନର ଉଦଘାଟନ କାର୍ଯ୍ୟ ସମ୍ପାଦନ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଲୋକାର୍ପଣ କାର୍ଯ୍ୟରେ ଯୁବ ଶିଳ୍ପଦ୍ୟୋଗୀ ପଦ୍ମନାଭ ବରାଳ ଓ ତାଙ୍କ ଧର୍ମପତ୍ନୀ ସ୍ୱର୍ଣ୍ଣଲତା ଯଥାକ୍ରମେ କର୍ତ୍ତା ଭାବରେ ଦାୟିତ୍ୱ ନିର୍ବାହ କରିବା ପୂର୍ବକ ବିଧିଅନୁଯାୟୀ ପଣ୍ଡିତମାନଙ୍କ ବେଦଧ୍ଵନୀ ସାଙ୍ଗକୁ ନଦିଆ ସଂକୀର୍ତ୍ତନର ତାଳେ ତାଳେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଭାରତ ସରକାରଙ୍କ ସ୍ୱଚ୍ଛ ଭାରତ ଅଭିଯାନକୁ ଆଉ ପାଦେ ଆଗକୁ ବଢ଼ାଇବାର ଲକ୍ଷ୍ୟ ରଖି ଅବସ୍ଥାପିତ ଏହି ଶିଳ୍ପାନୁଷ୍ଠାନରେ ଅବ୍ୟବହୃତ ପ୍ଲାଷ୍ଟିକ ବୋତଲ, ଜରି, ପ୍ଲାଷ୍ଟିକ ପାଇପ, ପ୍ଲାଷ୍ଟିକ ଡବା, ଜରିଅଖା ଆଦି ପ୍ଲାଷ୍ଟିକ ବର୍ଯ୍ୟବସ୍ତୁ ଆଧୁନିକ ପ୍ରଣାଳୀରେ ନୂତନ ଜ୍ଞାନକୌଶଳ ଉପଯୋଗରେ ପ୍ରକ୍ରିୟାକରଣ କରାଯାଇ ବର୍ଯ୍ୟବସ୍ତୁରୁ ସମ୍ପଦ ଉତ୍ପାଦନ କରି ବିଭିନ୍ନ ଶିଳ୍ପ ଉପଯୋଗୀ ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ସହାୟକ ହେବ ବୋଲି ଯୁବ ଶିଳ୍ପଦ୍ୟୋଗୀ ଶ୍ରୀ ବରାଳ ସୂଚନା ଦେଇଛନ୍ତି । ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ଜଳ ଓ ପରିମଳ ବିଭାଗର ବହୁବିଧ ନିର୍ମାଣ କାର୍ଯ୍ୟ, କୋଠାବାଡି ଓ ରେଳବାଇ ବିଭାଗରେ ଶ୍ରମିକ ନିୟୋଜନ ଓ ପେଟ୍ରୋଲ ପମ୍ପ ଭଳି ଉଦ୍ୟୋଗ ପ୍ରତିଷ୍ଠା କରି ବେକାର ଯୁବକ ଯୁବତୀ ମାନଙ୍କୁ କର୍ମନିଯୁକ୍ତି କ୍ଷେତ୍ରରେ ସୁଯୋଗ ଦେବାର ନିରନ୍ତର ପ୍ରୟାସ ଯୁବ ଶିଳ୍ପଦ୍ୟୋଗୀ ପଦ୍ମନାଭଙ୍କୁ ବେଶ ପରିଚିତ କରିପାରିଛି । ତେବେ ଏମ୍‌ବିବି ପଲିମର ଭଳି ଏକ ଅତ୍ୟାଧୁନିକ ନିଯୁକ୍ତି ସୃଷ୍ଟିକାରୀ ସଂସ୍ଥା ପ୍ରତିଷ୍ଠା କରି ଏହି ଯୁବଦ୍ୟୋଗୀ ଆଉ ପାଦେ ଆଗକୁ ଯାଇଥିବା ବେଳେ ଏଥିରେ ସେ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ଅକୁଣ୍ଠ ସହଯୋଗ କାମନା କରିଛନ୍ତି । ଆଗାମୀ ଦିନରେ ଏହି ଶିଳ୍ପାୟନ ବୃଦ୍ଧି ପାଇବା ସହ ସ୍ଥାନୀୟ ଅଞ୍ଚଳର ବେରୋଜଗାର ଯୁବକ ଯୁବତୀଙ୍କୁ କର୍ମସଂସ୍ଥାନ ଯୋଗାଇବା ଦିଗରେ ନିଶ୍ଚୟ ସହାୟକ ହେବ ।

jittmm
Leave A Reply

Your email address will not be published.