centurian jitm

ସିଲିଣ୍ଡର ତିଆରି କମ୍ପାନୀରେ ଅଗ୍ନିକାଣ୍ଡ

nschool

ଭୁବନେଶ୍ୱର : ସିଲିଣ୍ଡର ତିଆରି କମ୍ପାନୀରେ ଅଗ୍ନିକାଣ୍ଡ । ଭୁବନେଶ୍ୱର ପଟିଆ ସବରବନ୍‌ ଇଣ୍ଡଷ୍ଟ୍ରିରେ ଲାଗିଛି ନିଆଁ । ଏହି ନିଆଁକୁ ଆୟତ୍ତ ପାଇଁ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ୟମ ଜାରି ରହିଛି । ଖବର ଅନୁଯାୟୀ, ସୋମବାର ଦିନ ସକାଳ ସମୟରେ ପଟିଆ ସ୍ଥିତ ସବରବନ୍‌ ଇଣ୍ଡଷ୍ଟ୍ରିରେ ହଠାତ୍‌ ନିଆଁ ଲାଗିଥିଲା । ଯାହାକୁ ଦେଖି ତୁରନ୍ତ ସ୍ଥାନୀୟ କର୍ମଚାରୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ ଜାରି ରଖିଛି । ହେଲେ ବର୍ତ୍ତମାନ ଯାଏଁ ଆୟତ୍ତ ହୋଇନାହିଁ ନିଆଁ । ତେବେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି ।

Leave A Reply

Your email address will not be published.