ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ ନବୀନ

ସଇଁତଲା, (ଖୁସିରାଣୀ ସାହୁ) : ସଇଁତଲା ବ୍ଲକର ବିଭିନ୍ନ ପଂଚାୟତରେ ଆଜି ଟିଟିଲାଗଡ଼ ବିଧାୟକ ନବୀନ ଜୈନ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଗ୍ରାମୀଣ ଅଞ୍ଚଳର ସମଗ୍ର ଉନ୍ନତିକୁ ଲକ୍ଷ୍ୟ କରି ପ୍ରହରୀ ମଣ୍ଡପ, ପୋଖରୀ ପୁନରୁଦ୍ଧାର ଓ ଅନ୍ୟାନ୍ୟ ଆବଶ୍ୟକ ଢାଞ୍ଚାଗତ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା । ଏହି ଅବସରରେ ସ୍ଥାନୀୟ ଲୋକମାନେ ବିଧାୟକଙ୍କୁ ଉତ୍ସାହର ସହ ସ୍ୱାଗତ କରିଥିଲେ ଏବଂ ନିଜ ଅଞ୍ଚଳର ମୂଳଭୂତ ସମସ୍ୟାଗୁଡ଼ିକ ତାଙ୍କ ନଜରକୁ ଆଣିଥିଲେ । ପାଣି, ରାସ୍ତା ଓ ଅନ୍ୟାନ୍ୟ ସୁବିଧା ସମ୍ବନ୍ଧୀୟ ଦାବି ଉପସ୍ଥାପିତ ହୋଇଥିଲା । ବିଧାୟକ ଶ୍ରୀ ଜୈନ ଲୋକମାନଙ୍କ ଅଭିଯୋଗକୁ ଗଭୀରତାର ସହ ଶୁଣି ଶୀଘ୍ର ସମାଧାନ କରାଯିବ ବୋଲି ଆଶ୍ୱାସନ ଦେଇଥିଲେ । ସେ କହିଥିଲେ ଯେ, ଗ୍ରାମୀଣ ଉନ୍ନତି ଓ ମୌଳିକ ସୁବିଧାର ବିକାଶ ପାଇଁ ସରକାର ପ୍ରତିବଦ୍ଧ ଅଛନ୍ତି ଏବଂ ଆଗାମୀ ଦିନରେ ଏହିପରି ଅଧିକ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ବ୍ଲକ ପ୍ରତିନିଧି ବିମଳ ଶର୍ମା, ବିଜେପି ବରିଷ୍ଠ ନେତା ସର୍ବେଶ୍ୱର ପାତ୍ର, ମହେନ୍ଦ୍ର ଅମାତଙ୍କ ସମେତ ଶତାଧିକ ବିଜେପି କର୍ମୀ ସାମିଲ ହୋଇଥିଲେ ।

Leave A Reply

Your email address will not be published.