ଆଗଲପୁର, (କେପିଏନ୍ଏସ୍) : ଆଗଲପୁର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ସରକାରଙ୍କ ୟୁଏଏସ ନୀତି ପ୍ରତିବାଦରେ ଶତାଧିକ ଶିକ୍ଷକ ଶିକ୍ଷୟତ୍ରୀ ଶୋଭାଯାତ୍ରାରେ ବାହାରି ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଆଗଲପୁର ବିଇଓ ଶ୍ୟାମ ମେହେରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ବ୍ୟବସ୍ଥାକୁ ସ୍ଥଗିତ ରଖାନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ସଂଘ କର୍ମକର୍ତ୍ତା ପ୍ରକାଶ କରିଛନ୍ତି । ବିଦ୍ୟାଳୟ ସ୍ତରରେ ୟୁଏଏସ ନିମନ୍ତେ କୌଣସି ପ୍ରକାର ଭିତ୍ତିଭୂମି ଆଦୌ ନଥିବା ଶିକ୍ଷକ ଶିକ୍ଷୟତ୍ରୀ ପ୍ରକାଶ କରିଛନ୍ତି । ଏହି ଅବସରରେ ଓପିଏସ ସଭାପତି ଦୁଯେଧନ ପଶାୟତ, ସମ୍ପାଦକ ଦିଲ୍ଲୀପ ବେହେରା, ଏନପିଏସ ସଭାପତି ଗୋବିନ୍ଦ ସାହୁ, ସମ୍ପାଦକ ରମେଶ ଚନ୍ଦ୍ର ତ୍ରିପାଠୀ, ଏକ୍ସ କ୍ୟାଡ଼ର ସଭାପତି ମୁରଲୀ ପଧାନ ତଥା ସଂଘ କର୍ମକର୍ତ୍ତା ଯୁଗିନ୍ଦ୍ର ଦାସ, ସୁଶାନ୍ତ ନନ୍ଦ, ଅନିରୁଦ୍ଧ ଭୋଇ, ଜ୍ୟୋତିର୍ମୟ ମିଶ୍ର, ପ୍ରମୋଦ ସାହୁ, ଧର୍ମେନ୍ଦ୍ର ସାହୁ, ନୀଳକଣ୍ଠ ସାହୁ, ଦେବାଶିଷ ସାହୁ, କବିତା ବାଗ, ସରୋଜିନୀ ନନ୍ଦ, ସବ୍ୟସାଚୀ ନାଏକ,ସୁଦାମ ନାଏକ ପ୍ରମୁଖଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।
