
ବଲାଙ୍ଗିର, (କେପିଏନ୍ଏସ୍) : ଚିନ୍ତାମଣି ବେହେରା ସ୍ମୃତି ପରିଷଦ ଭାରତୀ ନୀଡ଼ ଆଦର୍ଶ ପଡା ବଲାଙ୍ଗିର ପାଳନ କରିବ ରାଜ୍ୟ ସ୍ତରୀୟ ଚତୁର୍ଥ ବାର୍ଷିକ ଉତ୍ସବ, ଗୁରୁ ପୂଜନ, ପ୍ରତିଭା ସମ୍ମାନ ଓ ନୂଆଖାଇ ଭେଟଘାଟ-୨୦୨୫ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ବେଲପଡ଼ା ଦୀନ ରଘୁ ମେହେର ହାଇ ସ୍କୁଲର ପ୍ରାକ୍ତନ ପ୍ରଧାନ ଶିକ୍ଷକ ବିଶିଷ୍ଟ ଶିକ୍ଷାବିତ ତ୍ରିବିକ୍ରମ ମହାକୁଡ଼ ପାଇବେ ଅନୁଷ୍ଠାନର ମର୍ଯ୍ୟଦା ଜନକ “ଶିକ୍ଷକ ରତ୍ନ” ଉପାଧି । ପ୍ରକାଶ ଥାଉ କି ପୂର୍ବ ବର୍ଷ ମାନଙ୍କରେ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସେ ଭିତରେ ପାଟଣାଗଡ଼ ନିକଟ ଭଇଁଷା ଗ୍ରାମର ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ କବିଶ୍ରୀ ଗୋବର୍ଦ୍ଧନ ଦାସଙ୍କ ପୁତ୍ର ସୀତାର ଗବେଷକ ଜୀବନ ପ୍ରକାଶ ଦାସ ଅନ୍ୟତମ । ଚଳିତ ବର୍ଷ ପାଞ୍ଚଟା ପୀଢିର ପୂଜ୍ୟ ଗୁରୁ ଶ୍ରୀ ମହାକୁଡ଼ଙ୍କୁ ଶିକ୍ଷା କ୍ଷେତ୍ରରେ ତାଙ୍କର ଜୀବନ ବ୍ୟାପି ସାଧନା ପାଇଁ ଏହି ଉପାଧି ସହିତ ସମ୍ମାନିତ କରାଯିବ । ଏତଦ୍ ଭିନ୍ନ ବେଲପଡ଼ା ଅଞ୍ଚଳର ପ୍ରାଥମିକ ଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ମଧ୍ୟ ବିଶିଷ୍ଟ ଶିକ୍ଷାବିତମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ସେମାନଙ୍କ ମଧ୍ୟରେ ଶିକ୍ଷାବିତ୍ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ବନମାଳୀ ପାଣିଗ୍ରାହୀ, ପଣ୍ଡିତ ମୋହନଦାସ ଠାକୁର, ସଦାଶିବ ମେହେର, ନିରଞ୍ଜନ ବେହେରା, କୁଞ୍ଜମଣି ମେହେର, ଚାଣକ୍ୟ ସାହୁ, ନବୀନ କୁମାର ମେହେର, ସୁରେଶ ଚନ୍ଦ୍ର ମେହେର ଅନ୍ୟତମ । ଏହା ବ୍ୟତୀତ ଶିକ୍ଷା, ସାହିତ୍ୟ, କଳା, ସାମ୍ବାଦିକତା ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ । ଅନୁଷ୍ଠାନର ନିଷ୍ପତ୍ତି କ୍ରମେ ଏହି କାର୍ଯ୍ୟକ୍ରମରେ ୯୮% ଶିକ୍ଷା ଓ କେବଳ ୨ % ଅନ୍ୟାନ୍ୟ ବ୍ୟକ୍ତି ବିଶେଷ କର୍ଯ୍ୟକ୍ରମରେ ସାମିଲ ହେବେ । ପୂଜ୍ୟ ଗୁରୁମାନଙ୍କ ଆଦର୍ଶକୁ ପାଥେୟ କରି ସମୟ, ଭାଷଣକୁ ତୀକ୍ଷ୍ଣ ଦୃଷ୍ଟିରେ ରଖି କାର୍ଯ୍ୟକ୍ରମ ଆରମ୍ଭ ଓ ଶେଷକରାଯିବ । ଏକ ଗୁରୁ ଗମ୍ଭୀର ପରିବେଶରେ ପବିତ୍ର ଗଙ୍ଗା ଜଳରେ ପାଦ ପ୍ରଖାଳନ ପୂର୍ବକ ଗୁରୁ ମନ୍ତ୍ରରେ ପରିବେଶ ପ୍ରତିଧ୍ୱନିତ୍ୱ ହୋଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରାଯିବ ବୋଲି ସମ୍ପାଦକ ତଥା ମୁଖ୍ୟ ସଂଯୋଜକ ଏକ ବିଜ୍ଞାପ୍ତିରେ କହିଛନ୍ତି ।