ବିଲେଇସର୍ଡା ହାଇସ୍କୁଲରେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ହାଇସ୍କୁଲରେ ଚଳିତ ବର୍ଷ ବାର୍ଷିକ ହାଇସ୍କୁଲ ପରୀକ୍ଷା ପାଇଁ ଛାତ୍ରଛାତ୍ରୀମାନଙ୍କ ପ୍ରାକ୍‌ ପ୍ରସ୍ତୁତି ନିମନ୍ତେ ଅଭିଭାବକ ଓ ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁଜାତା ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ପୁଇଁନ୍ତଲା ବ୍ଲକ ଶିକ୍ଷା ଅଧିକାରୀ ନେପାଳ ଚନ୍ଦ୍ର ବାଗ ଯୋଗ ଦେଇ ୧୦୦ ଦିନିଆ ପାଠ୍ୟ ଖସଡା, ପରୀକ୍ଷା ଦର୍ପଣ, କୋଭିଡ-୧୯ ପରିପ୍ରେକ୍ଷୀରେ ଜରୁରୀ ନିୟମାବଳୀ ଓ ବିଦ୍ୟାଳୟ ସୁରକ୍ଷା ତାଲିକା ଏବଂ ବିଦ୍ୟାଳୟ ଉନ୍ନତିକରଣ ତାଲିକା ସମ୍ପର୍କରେ ଆଲୋକପାତ କରିଥିଲେ । ଉକ୍ତ ସମ୍ମିଳନୀରେ ଦଶମ ଶ୍ରେଣୀରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ଅଭିଭାବକ, ବିଦ୍ୟାଳୟର ଏସ.ଏମ.ସି ସଭାପତି ମଧୁସୂଦନ ପ୍ରଧାନ, ଗଦାଧର ବିଶ୍ୱାଳ, ସି.ଆର.ସି.ସି ସତ୍ୟ ନାରାୟଣ ସାହୁ, ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ସୁଧାଂଶୁ ଶେଖର ପଧାନ, ରଞ୍ଜିତ ମିଶ୍ର, ପ୍ରମୋଦ ବିଶ୍ୱାଳ, ତପନ ବୁଡେକ, ଅଶ୍ୱିନୀ ମହାଲିଙ୍ଗ, ରାଜକୁମାର ପଧାନ, ଅମୂଲ୍ୟ ଦୋରା, ଜଗନ୍ନାଥ ଯୋଶୀ, ଶିକ୍ଷୟିତ୍ରୀ ସୁବାସିନୀ ସେଠୀ, ସୁଷମା ମେହେର, ରସ୍ମିତା ବିଶ୍ୱାଳ, ନିରୋତ୍ତମା ବିଶ୍ୱାଳ, ରଶ୍ମିତା ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.