jayashree

ଶିକ୍ଷକମାନଙ୍କୁ କରୋନା ଯୋଦ୍ଧା ଦାବୀରେ ୫ଦଫା ଦାବୀପତ୍ର ପ୍ରଦାନ

କଂଟାବାଂଜି, (ମନୀଶ କୁମାର ହଂସ) : କରୋନା ମହାମାରୀ ସମୟରେ ସରକାରଙ୍କ ନିର୍ଦ୍ଧେଶ ଅନୁସାରେ ସରକାରୀ ଶିକ୍ଷକ ମାନଙ୍କୁ କରୋନା ଡ୍ୟୁଟି ଦିଆଯାଉଛି । ଏହି ଡ୍ୟୁଟିକୁ ଶିକ୍ଷକମାନେ ମଧ୍ୟ ସୂଚାରୁ ରୁପେ ତୁଲାଇ ଆସୁଛନ୍ତି । ଶିକ୍ଷକମାନଙ୍କୁ ରେଲବାଇ ଷ୍ଟେସନ ଓ କୋଭିଡ କେୟାର ସେଂଟରରେ ମଧ୍ୟ ଡ୍ୟୁଟି ଦିଆଯାଉଛି । କିନ୍ତୁ ସେମାନଙ୍କୁ ଅଗ୍ରାଧିକାର ଭିତ୍ତିରେ କୌଣସି ସୁବିଧା ଦିଆଯାଉ ନ ଥିବା ଦାବୀ ନେଇ ୫ ଦଫା ଦାବୀପତ୍ର ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ତୁରେକେଲାଙ୍କ ଜରିଆରେ ବୁଧବାର ଦିନ ଦିଆଯାଇଛି । ୫ଦଫା ଦାବୀ ମଧ୍ୟରେ ଶିକ୍ଷକ ମାନଙ୍କୁ ଯଥା ଶୀଘ୍ର କୋଭିଡ ଟୀକା ଦିଆଯାଉ । ଶିକ୍ଷକମାନଙ୍କୁ କରୋନା ଯୋଦ୍ଧା ଘୋଷଣା କରାଯାଉ ଏବଂ ୫୦ ଲକ୍ଷ ଟଙ୍କାର ମୃତ୍ୟୁ କାଳୀନ ବୀମା ରାଶି ଘୋଷଣା କରାଯାଉ । ଡ୍ୟୁଟି କରିବା ସମୟରେ ଆବଶ୍ୟକ କିଟ୍‌ ସହ ସାନିଟାଇଜର, ମାସ୍କ, ହେଣ୍ଡ ଗ୍ଲୋବ, ପିପିଇ କିଟ୍‌ ଦିଆଯାଉ । ଡ୍ୟୁଟି ସମୟରେ କୌଣସି ଶିକ୍ଷକ କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ହେଲେ ତାର ପରିବାର ବର୍ଗଙ୍କୁ ଯୋଗ୍ୟତା ଭିତ୍ତିରେ ସରକାରୀ ଚାକିରୀ ଦିଆଯାଉ । କୋଭିଡ କେୟାର ସେଂଟରରୁ ଆଇ.ସି.ୟୁ. ଭିତରେ ଥିବା କାର୍ଯ୍ୟରୁ ଶିକ୍ଷକଙ୍କୁୁ ନିବୃତି କରାଯାଉ । ଏହାର ଏକ କିତା ନକଲ ମହାମହିମ ରାଜ୍ୟପାଳ, ଗଣଶିକ୍ଷା ମନ୍ତ୍ରୀ, ଶିକ୍ଷା ସଚିବ, ଜିଲ୍ଲାପାଳ ବଲାଙ୍ଗିର, ଉପଜିଲ୍ଲାପାଳ ଟିଟିଲାଗଡ, ବି.ଡି.ଓ. ତୁରେକେଲା ତଥା ତହସିଲଦାର କଂଟାବାଂଜିଙ୍କୁ ଦେଇଥିବା ବିଷୟ ମିଳିତ ଶିକ୍ଷକ ସଂଘର ପ୍ରତିନିଧି ଅମର ବାଗ ଲିଖିତ ଭାବେ ଜଣାଇଛନ୍ତି ।

Leave A Reply

Your email address will not be published.