ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନରତ ଶିକ୍ଷକମାନଙ୍କୁ ଭେଟି ଆଜି ସମର୍ଥନ ଜଣାଇଛନ୍ତି ଲୋଇସିଂହା ବିଧାୟକ ଡଃ.ମୁକେଶ ମହାଲିଙ୍ଗ । ସେ କହିଛନ୍ତି ଯେ, ଶିକ୍ଷକମାନଙ୍କ ଦାବୀ ସରକାର ମାନିନେବା ଉଚିତ୍ । ଶିକ୍ଷକମାନେ ସେମାନଙ୍କ ନ୍ୟାର୍ଯ୍ୟ ହକ୍ ମାଗୁଛନ୍ତି । ଶିକ୍ଷକମାନଙ୍କ ଦାବୀକୁ ନେଇ ବିଧାନସଭାରେ ଆଲୋଚନା କରିବା ସହ ଶିକ୍ଷକମାନଙ୍କ ଦାବୀକୁ ମାନିନେବାକୁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯିବ ବୋଲି ମଧ୍ୟ ସେ ମତ ଦେଇଛନ୍ତି ।