ଆଦର୍ଶ ଶିକ୍ଷକ ଗଣେଶ୍ୱର ମହାନ୍ତି ଆଉ ନାହାନ୍ତି

ବଲାଙ୍ଗିର, (କେପିଏନ୍‌ଏସ୍) : ସ୍ଥାନୀୟ ତୁଳସୀନଗର ନିବାସୀ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ଶିକ୍ଷକ ଗଣେଶ୍ୱର ମହାନ୍ତି(୯୨) ଆଉ ନାହାନ୍ତି । ଆଜି ପୂର୍ବାହ୍ନ ୧୦ଟା ୨୦ ମିନିଟ୍ ସମୟରେ ସେ ସ୍ଵର୍ଗାରୋହଣ କରିଛନ୍ତି । ତାଙ୍କ ଅମ୍ଳାନ ବ୍ୟକ୍ତିତ୍ୱ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ବଲାଙ୍ଗିର ମାଟି । ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କ ଶବ ସତ୍କାର କରାଯିବ ବୋଲି ସୂଚନା ମିଳିଛି । ଆଦର୍ଶ ଶିକ୍ଷକ ସ୍ୱର୍ଗତ ମହାନ୍ତି ହେଉଛନ୍ତି ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘର କୋଷାଧ୍ୟକ୍ଷ ସାମ୍ବାଦିକ ସୁନୀଲ କୁମାର ମହାନ୍ତିଙ୍କ ପିତା ।

Leave A Reply

Your email address will not be published.