oom

‘ଦାବୀ ପୂରଣ ନହେଲେ ଶିକ୍ଷାଦାନ ନାହିଁ’ ଡାକରା ଦେଲେ ପ୍ରାଥମିକ ଶିକ୍ଷକ ସଙ୍ଘ

jsmm

ଖପ୍ରାଖୋଲ, (ଅଶୋକ କୁମାର ବାଗ) : ତିନି ଦଫା ଦାବୀ ପୂରଣ ନ ହେବା ଯାଏ ଶିକ୍ଷାଦାନ ନାହିଁ ବୋଲି ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ଗଣ ଧାରଣା ଦିଆଯାଇଥିବା ବେଳେ କୁହାଯାଇଛି । ରାଜ୍ୟ ଏବଂ ଜିଲ୍ଲା ଏୟୁପିଟିଏଫ୍ ଶିକ୍ଷକ ସଂଘର ଆହ୍ଵାନକ୍ରମେ ଖପ୍ରାଖୋଲ ବ୍ଲକ୍ ଏୟୁପିଟିଏଫ୍ ଶିକ୍ଷକ ସଂଘ ନେତୃତ୍ୱରେ କନିଷ୍ଠ ଶିକ୍ଷକ ସଂଘ, ଏକ୍ସ କ୍ୟାଡ଼ର ଶିକ୍ଷକ ସଂଘର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସମୂହ ଛୁଟିରେ ରହି ତିନି ଦଫା ଦାବୀ ନେଇ ଖପ୍ରାଖୋଲ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ଗଣଧାରଣା ଦେଇଛନ୍ତି । ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଏହି ଧାରଣା ଜାରି ରହିବ ବୋଲି ଶିକ୍ଷକ ନେତାମାନେ ସୂଚନା ଦେଇଛନ୍ତି । ସେହି ତିନି ଦଫା ଦାବୀ ମଧ୍ୟରେ ଠିକା ନିଯୁକ୍ତି ବାତିଲ୍‌ ସହ ଛଅ ବର୍ଷ କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରି ନେସଲାନ୍‌ ଇନ୍‌କ୍ରିମେଣ୍ଟ ଦେବା, ଏକ୍ସ କ୍ୟାଡ଼ର ଶିକ୍ଷକଙ୍କୁ କ୍ୟାଡ଼ର୍‌ଭୁକ୍ତ କରି କଳା ଓ କ୍ରୀଡ଼ା ଶିକ୍ଷକଙ୍କ ଚାକିରି ସର୍ତ୍ତାବଳୀ ନିର୍ଦ୍ଧାରଣ କରିବା, କେନ୍ଦ୍ରୀୟ ହାରରେ ଦରମା ପ୍ରଦାନ, ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁନଃ ପୁରୁଣା ପେନ୍‌ସନ୍‌ ବ୍ୟବସ୍ଥା ଲାଗୁ କରିବା ଇତ୍ୟାଦି ରହିଛି । ଏହି ଗଣ ଧାରଣାରେ ନୂତନ ପେନସନ ଭୁକ୍ତ ତରଫରୁ ଶିକ୍ଷକ ସୁଶୀଲ କୁମାର ପୋଢ଼, ଏକ୍ସ କ୍ୟାଡର ଶିକ୍ଷକ ସଂଘର ଧରମ ସିଂ ଧରୁଆ, କନିଷ୍ଠ ଶିକ୍ଷକ ସଂଘର ପ୍ରଦୀପ କୁମ୍ଭାର, କଳା କ୍ରୀଡା ଶିକ୍ଷକ ସଂଘର ହେମନ୍ତ ଭୋଇ, ସମେତ ଅନ୍ୟ ଶିକ୍ଷକମାନଙ୍କ ମଧ୍ୟରେ ଶିକ୍ଷୟିତ୍ରୀ ସାବତ୍ରୀ ସାହୁ, ମନୋରମା ନାଏକ, ଶିକ୍ଷକ ଶ୍ରୀପତି କୁମ୍ଭାର, ଆକାଶ ମଣ୍ଡଳ, ଶାନ୍ତନୁ କୁମାର ମିଶ୍ର, ପୁଷ୍ପଧେନୁ ଜେନା, ସତ୍ୟବ୍ରତ ବେହେରା, ବୃନ୍ଦାବନ ଧରୁଆ, ଇନ୍ଦ୍ରମଣୀ ସାହୁ ପ୍ରମୁଖ ଉପସ୍ଥିତ ରହି ସରକାରଙ୍କ ପ୍ରାଥମିକ ଶିକ୍ଷକଙ୍କ ଟାଳଟୁଳ ନୀତିକୁ ଘୋର ନିନ୍ଦା କରିଥିଲେ । ଏହି ଗଣଧାରଣାରେ ଖପ୍ରାଖୋଲ ବ୍ଲକର ୧୦୦ରୁ ଊର୍ଦ୍ଧ୍ବ ବିଭିନ୍ନ ବର୍ଗର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ ।

jittmm
Leave A Reply

Your email address will not be published.