ମନୋରଞ୍ଜନ ସହିତ ନବୋନ୍ମେଷ ଶିକ୍ଷା : ଇନୋଭେଟ୍ ଟୁ ଏଜୁକେଟ୍

ନୂଆଦିଲ୍ଲୀ, (ପିଆଇବି) : ପିଲାମାନଙ୍କର ପାଠ ପଢ଼ିବାର ଅଭିଜ୍ଞତାକୁ ବଦଳାଇବା ପାଇଁ ଇନୋଭେଟ୍ ଟୁ ଏଜୁକେଟ୍ ହ୍ୟାଣ୍ଡହେଲ୍ଡ ଡିଭାଇସ୍ ଡିଜାଇନ୍ ଚ୍ୟାଲେଞ୍ଜ ଏକ ରୋମାଞ୍ଚକର ପ୍ରତିଯୋଗିତା । ଏହା କ୍ରିଏଟ ଇନ ଇଣ୍ଡିଆ ଚ୍ୟାଲେଞ୍ଜ ସିଜନ ୧ର ଅଂଶବିଶେଷ ଏବଂ ୱେଭସ୍ (ୱାର୍ଲ୍ଡ ଅଡିଓ ଭିଜୁଆଲ୍ ଆଣ୍ଡ ଏଣ୍ଟରଟେନମେଣ୍ଟ ସମ୍ମିଟ୍) ଅଧୀନରେ ପାଳନ କରାଯାଇଥାଏ । ଏହା ଚାରୋଟି ପ୍ରମୁଖ ସ୍ତମ୍ଭ ଉପରେ ଧ୍ୟାନ ଦେବ, ଯଥା : ପ୍ରସାରଣ ଓ ଇନଫୋଟେନମେଣ୍ଟ, ଏଭିଜିସି-ଏକ୍ସଆର, ଡିଜିଟାଲ ମିଡିଆ ଓ ନବୋନ୍ମେଷ ଏବଂ ଚଳଚ୍ଚିତ୍ର । ଏଭିଜିସି -ଏକ୍ସଆର (ଆନିମେସନ୍, ଭିଜୁଆଲ୍ ଇଫେକ୍ଟସ୍, ଗେମିଂ, କମିକ୍ସ, ଏବଂ ଅତ୍ୟାଧୁନିକ ଟେକ୍ନୋଲୋଜି ଯେପରିକି ଅଗମେଣ୍ଟେଡ୍ ରିଅଲିଟି, ଭର୍ଚୁଆଲ୍ ରିଅଲିଟି, ଏବଂ ମେଟାଭର୍ସ) ପାଇଁ ଉତ୍ସର୍ଗୀକୃତ ‘ଇନୋଭେଟ୍ ୨ ଏଜୁକେଟ୍’ ୱେଭ୍ସର ସ୍ତମ୍ଭ ୨ ସହିତ ଯୋଡ଼ି ହୋଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଇଣ୍ଡିଆନ୍ ଡିଜିଟାଲ୍ ଗେମିଙ୍ଗ୍ ସୋସାଇଟି (ଆଇଡିଜିଏସ)ର ସହଭାଗିତାରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏଥିରେ ହ୍ୟାକ୍ ୨ ସ୍କିଲ୍ ନବୋନ୍ମେଷ ସହଯୋଗୀ ଏବଂ ଆଇସିଟି ଏକାଡେମୀ କୌଶଳ ବିକାଶ ସହଯୋଗୀ ଭାବେ କାର୍ଯ୍ୟ କରୁଛନ୍ତି । ଏପର୍ଯ୍ୟନ୍ତ ମୋଟ ୩୩୪ ଜଣ ପ୍ରାର୍ଥୀ ପଞ୍ଜିକୃତ ହୋଇଛନ୍ତି, ଯେଉଁଥିରେ ୩ ଜଣ ଅନ୍ତର୍ଜାତୀୟ ଅଂଶଗ୍ରହଣକାରୀ ଅଛନ୍ତି । ଏହି ପ୍ରତିଯୋଗିତାରେ ଶିକ୍ଷାବିତ, ଡିଜାଇନ, ଇଞ୍ଜିନିୟର ଏବଂ ନବୋନ୍ମେଷର ଏକ ଶିକ୍ଷଣୀୟ ହ୍ୟାଣ୍ଡହେଲ୍ଡ ଡିଭାଇସର ପ୍ରୋଟୋଟାଇପ୍ ପ୍ରସ୍ତୁତ କରିବା ଲାଗି ଅଂଶଗ୍ରହଣ କରିପାରିବେ । ଏହା ପିଲାମାନଙ୍କୁ ଗଣିତ ଶିଖିବା ପାଇଁ ସମ୍ପୃକ୍ତ କରିଥାଏ । ପ୍ରହେଳିକା ମାଧ୍ୟମରେ ଗଣିତ ସମାଧାନକୁ ପ୍ରୋତ୍ସାହିତ କରିଥାଏ । ଇଣ୍ଟରଆକ୍ଟିଭ ସାମଗ୍ରୀ ସହିତ ସଂଜ୍ଞାନାତ୍ମକ କୌଶଳକୁ ପ୍ରୋତ୍ସାହନ ଦେଇଥାଏ । ଏହାକୁ ବ୍ୟାପକ ଦର୍ଶକଙ୍କ ପାଇଁ ଶସ୍ତା ଓ ସୁଲଭ କରିଥାଏ । ପ୍ରତିଯୋଗିତାର ତିନୋଟି ପ୍ରମୁଖ ପର୍ଯ୍ୟାୟ ରହିଛି । ପ୍ରତ୍ୟେକ ଅଂଶଗ୍ରହଣକାରୀଙ୍କୁ ଅବଧାରଣା ଠାରୁ ନେଇ ଅନ୍ତିମ ଉତ୍ପାଦ ମାର୍ଗଦର୍ଶନ କରିବା ଲାଗି ଡିଜାଇନ କରାଯାଇଛି । ପ୍ରଥମ ପର୍ଯ୍ୟାୟ ପାଇଁ ଅନଲାଇନ ପଞ୍ଜୀକରଣ ପ୍ରକ୍ରିୟାର ଶେଷ ତାରିଖ ୨୩ ଫେବୃଆରୀ ରଖାଯାଇଛି । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଅବଧାରଣା ଉପସ୍ଥାପନ କରିବାକୁ ଧାର୍ଯ୍ୟ କରାଯାଇଥିବା ବେଳେ ତୃତୀୟ ପର୍ଯ୍ୟାୟରେ ପ୍ରୋଟୋଟାଇପ୍ ବିକଶିତ କରନ୍ତୁ ଏବଂ ଦାଖଲ କରନ୍ତୁ । ଚୟନ ହୋଇଥିବା ପ୍ରାର୍ଥୀଙ୍କୁ ଗୋଟିଏ କାର୍ଯ୍ୟକ୍ଷମ ପ୍ରୋଟୋଟାଇପ ତିଆରି କରିବା ଓ ଉପସ୍ଥାପନ କରିବା ଲାଗି ଆହ୍ୱାନ କରାଯିବ । ନବୋନ୍ମେଷ, ଶୈକ୍ଷିକ ମୂଲ୍ୟ, ବ୍ୟବହାରକାରୀ ଅଭିଜ୍ଞତା, ଖର୍ଚ୍ଚ ପ୍ରଭାବଶୀଳତା, ସ୍ଥାୟିତ୍ୱ ଏବଂ ଡିଜାଇନ ଆଦି ଆଧାରରେ ପ୍ରତିଯୋଗୀଙ୍କର ମୂଲ୍ୟାଙ୍କନ କରାଯିବ । ଏହି ପ୍ରତିଯୋଗିତାର ଶୀର୍ଷ ତିନି ବିଜେତାଙ୍କୁ ନଗଦ ପୁରସ୍କାର ମିଳିବ । ପ୍ରୋଟୋଟାଇପ ବିକାଶ ପାଇଁ ସହାୟତା ଯୋଗାଇ ଦିଆଯିବ । ବିଜେତାଙ୍କ ଡିଜାଇନକୁ ପ୍ରମୁଖ ଆଇଡିଜିଏସ୍‌ କାର୍ଯ୍ୟକ୍ରମରେ ପ୍ରଦର୍ଶିତ କରାଯିବ ତଥା ସମ୍ଭାବ୍ୟ ନିର୍ଦ୍ଦେଶକ ଓ ନିର୍ମାତାଙ୍କ ଆଗରେ ଉପସ୍ଥାପନ କରାଯିବ ।

Leave A Reply

Your email address will not be published.