ଟିଟିଲାଗଡ଼ ଓମ ଭ୍ୟାଲି ସ୍କୁଲର ସରୋଜିନୀ ପଟ୍ଟନାୟକଙ୍କୁ ସର୍ବଶ୍ରେଷ୍ଠ ଶିକ୍ଷୟତ୍ରୀ ସମ୍ମାନ ଓ ଦଶମ ଶ୍ରେଣୀର ଛାତ୍ର ଅଭିଜିତ ସିଂଙ୍କୁ ସର୍ବ ଶ୍ରେଷ୍ଠ ଛାତ୍ର ସମ୍ମାନ ମିଳିଛି। ଏହି ପୁରସ୍କାର ତାଙ୍କୁ ଶିକ୍ଷାଗତ ଉତ୍କୃଷ୍ଟତା, ଶିସ୍ତ ଓ ଉତ୍ତମ ଚରିତ୍ର ପାଇଁ ପ୍ରଦାନ କରାଯାଇଛି।
ଏହି ଉପଲବ୍ଧି ଏହା ସିଦ୍ଧ କରିଛି ଯେ ଓମ ଭ୍ୟାଲି ସ୍କୁଲ ନାକେବଳ ଉଚ୍ଚ ମାନର ଶିକ୍ଷା ଦେଇଥାଏ ବରଂ ଛାତ୍ରଛାତ୍ରୀଙ୍କ ସମଗ୍ର ବ୍ୟକ୍ତିତ୍ଵ ପାଇଁ ଉତ୍ତମ ପରିବେଶ ଓ ସୁଯୋଗ ମଧ୍ୟ ପ୍ରଦାନ କରେ। ସ୍କୁଲ ଚେୟାରମେନ ଶ୍ରୀଯୁକ୍ତ ଦୀପକ କୁମାର ସାହୁ , ସ୍କୁଲର ମେନେଜିଂ ଡାଇରେକ୍ଟର ଓ ସମସ୍ତ ବୋର୍ଡ ସଦସ୍ୟମାନଙ୍କ ମାର୍ଗଦର୍ଶନ ଓ ନିରନ୍ତର ସହଯୋଗରେ ସ୍କୁଲର ଛାତ୍ରଛାତ୍ରୀ ନିରନ୍ତର ସଫଳତାର ନୂତନ ଶିଖରକୁ ଛୁଉଛନ୍ତି। ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ ତଥା ସ୍କୁଲ ପରିଚାଳନା କମିଟି ପକ୍ଷରୁ ଛାତ୍ର ଅଭିଜିତ ସିଂହ ଓ ଶିକ୍ଷୟତ୍ରୀ ସରୋଜିନୀ ପଟ୍ଟନାୟକଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିଛନ୍ତି। ସଫଳତା ହେଉଛି ସେହି ଛୋଟ ଛୋଟ ପ୍ରୟାସମାନଙ୍କର ଫଳ, ଯାହା ସ୍କୁଲରେ ପ୍ରତିଦିନ ଶିକ୍ଷା ପ୍ରଦାନ କରାଯାଇଥାଏ।
Prev Post