ପବିତ୍ର ରକ୍ଷା ବନ୍ଧନ ଅବସରରେ ସାହିତ୍ୟିକ କବି ବନ୍ଧୁ ପରିବାର ତରଫରୁ ଅନୁଷ୍ଠାନର ବାର୍ଷିକ ମୁଖପତ୍ର ‘ଶିଖା’ର ଲୋକାର୍ପଣ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ରକ୍ଷା ବନ୍ଧନ ଅବସରରେ ସାହିତ୍ୟିକ କବି ବନ୍ଧୁ ପରିବାର ତରଫରୁ ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠାନର ବାର୍ଷିକ ମୁଖପତ୍ର ‘ଶିଖା’ର ଲୋକାର୍ପଣ ଉତ୍ସବ ବିଶିଷ୍ଟ ସାହିତ୍ୟିକ ଦେବେନ୍ଦ୍ର କୁମାର ନାଏକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସମ୍ବାଦର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଢ଼େଙ୍କାନାଳ ଆଇଆଇଏମ୍‌ସିର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ. ମୃଣାଳ ଚାଟାର୍ଜୀ ମୁଖ୍ୟବକ୍ତା ଭାବେ ଯୋଗଦାନ କରିଥିଲେ । ଭବିଷ୍ୟତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସାହିତ୍ୟ ଓ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରିବା ଉପରେ ଗୁରୁତ୍ୱ ଆରୋପ କରିଥିଲେ ମୁଖ୍ୟ ଅତିଥି ଶ୍ରୀ ପଟ୍ଟନାୟକ । ଚଳଚିତ୍ର ତାରକା ସବ୍ୟସାଚୀ ମିଶ୍ର ସମ୍ମାନିତ ଅତିଥି, ତପନ ପଣ୍ଡା ବରେଣ୍ୟ ବକ୍ତା, ଓଡ଼ିଶା ଅର୍ଥସେବାର ବରିଷ୍ଠ ଅଧିକାରୀ ସଂଗ୍ରାମ କେଶରୀ ସାମନ୍ତରାୟ ସମ୍ମାନିତ ବକ୍ତା ଓ ଓଡ଼ିଆ ସାହିତ୍ୟ ଏକାଡ଼େମୀ ସଦସ୍ୟା ରୀତା ନାୟକ ବରେଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ପାଦିକା ପ୍ରଣତି ମହାପାତ୍ର ସମ୍ପାଦକୀୟ ବିବରଣୀ ପ୍ରଦାନ କରିଥିବା ବେଳେ ଗବେଷକ ଡ. ରାଧାରଞ୍ଜନ ପଟ୍ଟନାୟକ ଗଠନ ମୂଳକ ସମୀକ୍ଷା ରଖିଥିଲେ । ବିଶ୍ୱେଶ୍ୱର ମାଝୀ ପଦେ କଥା ରଖିଥିବା ବେଳେ ଶିବାନନ୍ଦ ବାରିକ ସଂଯୋଜନା କରିଥିଲେ । ରଞ୍ଜନ ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ସ୍ୱାଗତ ସଙ୍ଗୀତ ଶିଶୁକବି ରୂଦ୍ରରୂପା ବ୍ରହ୍ମା ଓ ଉଦଯାପନୀ ସଙ୍ଗୀତ ଗାନ କରିଥିଲେ । ସୁଶ୍ରୀ ନୈନା ସାହୁ ଗୀତାପାଠ ଏବଂ ରତିନାରାୟଣ ରାଉତ ଶାନ୍ତିପାଠ କରିଥିଲେ । ସଭା ଶେଷରେ କବି ସାଗର କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.