oom

ତେରେସିଙ୍ଗାରେ ପଞ୍ଚାୟତସ୍ତରୀୟ ଜନ ଶୁଣାଣି ଶିବିର

jsmm

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ତେରେସିଙ୍ଗା ପଂଚାୟତ ଠାରେ ପଞ୍ଚାୟତସ୍ତରୀୟ ଜନ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବ୍ଲକ ଅଧ୍ୟକ୍ଷା କୁନି ସାହୁ, ଭାରପ୍ରାପ୍ତ ବିଡ଼ିଓ ସିଦ୍ଧେଶ୍ଵର ମେହେର, ଜିପିଇଓ ଯୁଗଳ କିଶୋର ନାଏକ, ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସରପଞ୍ଚ ପ୍ରମୋଦ ସୁନା, ସମିତି ସଭ୍ୟା ଚନ୍ଦ୍ରମା ରଣା, କିରାଣୀ ପ୍ରଦୀପ କୁମାର ମାଝୀ, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରମେଶ ମହଲାଙ୍କ ସମେତ ବ୍ଲକର ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ଏଥିରେ ମୋଟ ୫୬୪ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ରାସନ କାର୍ଡ, ଆବାସ ଯୋଜନା, ଭତ୍ତା ଭଳି କ୍ଷେତ୍ରରୁ ଅନେକ ଅଭିଯୋଗ ହୋଇଥିଲା ।

jittmm
Leave A Reply

Your email address will not be published.