କେ.ଆର୍ଯ୍ୟପଲ୍ଲୀ ଗ୍ରାମରେ ବୃକ୍ଷ ରୋପଣ ଓ ସ୍ୱାସ୍ଥ୍ୟସେବା ଶିବିର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବନ୍ଦର ଉପକୂଳବର୍ତ୍ତୀ କେ.ଆର୍ଯ୍ୟପଲ୍ଲୀ ଗ୍ରାମରେ ଶନିବାର ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛତ୍ରପୁର ନଗରପାଳିକା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଶାନ୍ତ କର ଏବଂ ଗୋପାଳପୁର ବନ୍ଦର କର୍ତ୍ତୃପକ୍ଷ ଅଜୟ କୁମାର ମିଶ୍ର, ଭିପି (ଏଚଆର/ ଆଇଆର୍‌) ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହି ଜନହିତକର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସମାଜରେ ବୃକ୍ଷ ରୋପଣର ମହତ୍ତ୍ୱ ପ୍ରତିପାଦିତ କରିଥିଲେ । ଏହି ଅବସରରେ କେ.ଆର୍ଯ୍ୟପଲ୍ଲୀ ଗ୍ରାମର କମ୍ୟୁନିଟି ହଲ୍‌ରେ ଏକ ସ୍ୱାସ୍ଥ୍ୟସେବା ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଉକ୍ତ ଗ୍ରାମ ଓ ଆଖପାଖ ଅଞ୍ଚଳର ଗରିବ ଲୋକମାନେ ଏହି ସ୍ୱାସ୍ଥ୍ୟ ଶିବିର ଦ୍ୱାରା ବହୁ ଉପକୃତ ମନେକରିଥିଲେ ।

Leave A Reply

Your email address will not be published.