ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ବ୍ଲକ ବୁର୍ଡା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ ତରଫରୁ କ୍ଷେତ୍ର ଦିବସ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟତଃ ଧାନ ପରବର୍ତ୍ତୀ ପଡିଆ ଜମିର ପରିଚାଳନା (ରାଜ୍ୟ ଯୋଜନା) ଏକ କାର୍ଯ୍ୟକ୍ରମ ଯାହାକି ୨୦୨୫-୨୬ ବର୍ଷ ରବି ଋତୁରେ କାର୍ଯ୍ୟକାରୀ କରାଯାଇଥିଲା । ଧାନଚାଷ ପରେ ନିଜ ଜମିକୁ ପଡିଆ ନ ରଖି ଡାଲି ଓ ତୈଳବୀଜ ଜାତୀୟ ତଥା ଅନନ୍ୟା ଫସଲ ଚାଷ ଉପରେ ଧ୍ୟାନ ଦେବା ସକାଶେ ଶିବିରରେ ପୁଙ୍ଖାନୁପୁଙ୍ଖ ଆଲୋକପାତ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ସତ୍ୟମୟ ଶତପଥୀ, ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ପ୍ରମୋଦ ବଡ଼ପଣ୍ଡା, ବ୍ଲକ ସହକାରୀ କୃଷି ଅଧିକାରୀ ରୋହନ କୁମାର ସାହୁ, ଭିଏଡବ୍ଲୁ ରବୀନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗ ଦେଇ ଚାଷୀଙ୍କୁ ସଚେତନ କରିଥିଲେ । ଏଥି ସହିତ ସାମ୍ପ୍ରତିକ ପରିସ୍ଥିତିରେ ରାସାୟନିକ ସାରର ବିକଳ୍ପ ଭାବେ ତରଳ ସାର, ନାନୋ ସାର, ଜଳରେ ଦ୍ରବିଭୂତ ସାରର ବ୍ୟବହାର ଉପରେ ଚାଷୀଙ୍କୁ ବୁଝାଇଥିଲେ । କୃଷକ ସାଥି ବାଲଗୋପାଳ ସାହୁ, ଯାଦବ ମହାକୁର, “ଆଦର୍ଶ” କ୍ଳଷ୍ଟର ସଂଯୋଜକ ଶୋଭାବନ ପଟେଲ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ବୁଢ଼ୀପଦର ପଞ୍ଚାୟତର ଲୁହୁରାପାଲି ଗ୍ରାମରେ ଆୟୋଜିତ କ୍ଷେତ୍ର ଦିବସ କାର୍ଯ୍ୟକ୍ରମରେ ଭିଏଡବ୍ଲୁ ସବନମ ବେଗମ, କ୍ଳଷ୍ଟର ସଂଯୋଜକ ଜୟନ୍ତ ପଧାନ, କୃଷକ ସାଥୀ ମନୋଜ ପଧାନ, ବେଦପତି ପଧାନ ପ୍ରମୁଖ ଉପସ୍ଥିତ ଥିଲେ ।
Next Post