ପଦ୍ମପୁର, (ନିରୋଜ କୁମାର ପାଣୀ) : ଶନିବାର ଓ ରବିବାର ଦୁଇଦିନିଆ ଭାରତୀୟ ଜନତା ପାର୍ଟି ପଦ୍ମପୁର ବିଧାନସଭା ଲଖମରା ମଣ୍ଡଲ ବୁକୁରାମୁଣ୍ଡା ଗ୍ରାମ ପଞ୍ଚାୟତ ମହୁଲପାଲି ଠାରେ ସଭାପତି ଟୁନା ଦଣ୍ଡସେନାଙ୍କ ନେତୃତ୍ୱରେ ଦୁଇଦିନିଆ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ପ୍ରଶିକ୍ଷଣ ମହା ଅଭିଯାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିର ପ୍ରଥମ ଦିନରେ ପଦ୍ମପୁର ବିଧାୟକ ପ୍ରାର୍ଥୀ ଗୋବର୍ଦ୍ଧନ ଭୁଏ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ସରୋଜ ସାମଲ ଉପସ୍ଥିତ ହୋଇଥିଲେ । ଏହି ଶିବିରରେ ୧୮୦ ଜଣ କାର୍ଯ୍ୟକର୍ତ୍ତା ନାମ ପଞ୍ଜିକରଣ କରି ଉପସ୍ଥିତ ଥିଲେ । ଦ୍ଵିତୀୟ ଦିବସରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଉପସ୍ଥିତ ରହି ଭାରତୀୟ ଜନତା ପାର୍ଟିର ଇତିହାସ ବିଷୟରେ ଆଲୋକପାତ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଉପ ସଭାପତି ସରସ୍ୱତୀ ସାହୁ ଓ ସୁନିଲ ଅଗ୍ରୱାଲ, ପୂର୍ବତନ ଯୁବ ମୋର୍ଚ୍ଚା ସମ୍ପାଦକ ପ୍ରୀତେଶ ବହିଦାର, ଚିନ୍ମୟ ପଣ୍ଡା, ଲମ୍ବୋଦର ପଣ୍ଡା ପ୍ରଶିକ୍ଷକ ଭାବରେ କାର୍ଯ୍ୟ ତୁଳାଇ ଥିଲେ । ଅନ୍ୟ ମାନକ ମଧ୍ୟରେ ମଣ୍ଡଳର ପୁରନ୍ଦର ସାହୁ, ସୌମିତ୍ରି ପ୍ରଧନ, ଦୁଷ୍ମନ୍ତ ସାହୁ, ହରିହର ମେହେର, କବିରାଜ ସାହୁ, ସରପଞ୍ଚ ଅନିତା ଭୋଇ, ଅମୃତ ଠାକୁର, ଦୁଃଖିଶ୍ୟମ ବେହେରା, ପରମା ଭୋଇ, ଟିକସ ସାହୁ, ଜଗନ୍ନାଥ ଛତ୍ରିଆ, ରଞ୍ଜିତ ଭୋଇ, ଯୋଗେଶ୍ୱର ପ୍ରଧାନ, ହିମାଂଶୁ ପ୍ରଧାନ, ଅଶୋକ ମିଶ୍ର, ପ୍ରମୋଦ ଦଣ୍ଡସେନା ସରଳ ଆପ ମାଧ୍ୟମରେ ରେଳଷ୍ଟେସନ କରୁଥିଲେ ଏବଂ ପଞ୍ଚାୟତ ପ୍ରାମୁକ୍ ଓ ପ୍ରଭାରୀ ମୋର୍ଚ୍ଚା ସଭାପତି ଯୋଗଦାନ କରିଥିଲେ । ଅନିଲ ମେହେର ଅଜିତ ସାହୁ ସୋସିଆଲ ମିଡ଼ିଆ ଭାବରେ କାମ କାରିଥିଲେ ଓ କାର୍ଯ୍ୟକ୍ରମ କୁ ସଫଳ କରିଥିଲେ । ଶେଷରେ ସମସ୍ତଙ୍କ ଉପସ୍ଥିତରେ ଭୀଷ୍ମଦେବ ସାହୁ ଧନ୍ୟବାଦ ଦେଇ ଶିବିରକୁ ଉଦଯାପନ କରିଥିଲେ ।