ମୁରିବାହାଲ ବ୍ଲକ ବିକାଶ ମଞ୍ଚ ଓ ସାଇ ଟି ଆଇ ପ୍ରୋଜେକ୍ଟ ବଲାଙ୍ଗିର ପକ୍ଷରୁ ବିଶାଳ ନିଶୁଳ୍କ ସ୍ଵାସ୍ଥ୍ୟ ଶିବିର

  • ୧୩୦ ଲୋକ ହେଲେ ଉପକୃତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ସ୍ଥିତ ଯାଦବ ଭବନଠାରେ ମୁରିବାହାଲ ବ୍ଲକ ବିକାଶ ମଞ୍ଚ ଓ ସାଇ ଟି ଆଇ ପ୍ରୋଜେକ୍ଟ ବଲାଙ୍ଗିରର ସହଯୋଗରେ ଏକ ବିଶାଳ ନିଶୁଳ୍କ ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ମୁରିବାହାଲ ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ସମ୍ମାନୀତ ଅତିଥି ଭାବେ ସଂସ୍କାର ଭେଲି ଇଂଲିଶ ମିଡିୟମର ପ୍ରତିଷ୍ଠାତା ସୁବ୍ରତ କୁମାର ମହାକୁର, ଲକ୍ଷ୍ମୀଧର ବାଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ସକାଳ ୯ରୁ ଅପରାହ୍ନ ୨ଟା ଯାଏ ଚାଲିଥିବା ଏହି ଶିବିରରେ ପେଟ ରୋଗ, ଚର୍ମ ରୋଗ, ସ୍ତ୍ରୀ ରୋଗ ଓ ମେଡ଼ିସିନ ରୋଗ ବିଶେଷଜ୍ଞ ଉପସ୍ଥିତ ରହି ରୋଗୀମାନଙ୍କୁ ମାଗଣା ଚିକିତ୍ସା କରିବା ସହ ପରାମର୍ଶ ଦେଇଥିଲେ । ଏହି ଶିବିର ୧୩୦ ଲୋକଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଶିବିରରେ ଚର୍ମ ରୋଗ, ଯୌନ ରୋଗ, ଖୁଜରୀ, ଏଚ୍‌ଆଇଭି , ହେପାଟାଇଟିସ (ବି)(ସି), ରକ୍ତର ବିଭିନ୍ନ ପ୍ରରୀକ୍ଷଣ ସହିତ ଅନେକ ପ୍ରକାର ମଧ୍ୟ ନିଶୁଳ୍କ ପରୀକ୍ଷା କରାଯାଇଥିଲା ଏବଂ ଔଷଧ ବିତରଣ କରାଯାଇଥିଲା । ଏହିଶିବିରରେ ହେପାଟାଇଟିସ (ବି)(ସି) Micro -Biologist ସୁବ୍ରତ କୁମାର ସାହୁ, ଏଲ୍‌-ଟି ମାନସ କୁମାର ଦୀପ, ପ୍ରୋଜେକ୍ଟ ମ୍ୟାନେଜର ଅରୁଣ କୁମାର ପାଢ଼ୀ, ଓଆର୍‌ଡବ୍ଲ୍ୟୁ କ୍ରିଷ୍ଣା ମୈକାଣ୍ଡ, ମାଉନ୍‌ସେଲର ସୁନିତା କୁମ୍ଭାର, ଓଆର୍‌ଡବ୍ଲ୍ୟୁ ଅରୁଣ କୁମାର ଜ୍ୟୋତିଶ, ଓଆର୍‌ଡବ୍ଲ୍ୟୁ ଜୟନ୍ତ ମାଝୀ ଉପସ୍ଥିତ ଥିଲେ । ତେବେ ଏହି ଶିବିରକୁ ସଫଳ କରିବା ପାଇଁ ବିକାଶ ମଞ୍ଚ ମୁରିବାହାଲର ସଭାପତି ଫାଲଗୁନି ହାତୀ, ସାଧାରଣ ସମ୍ପାଦକ ଅମରେଶ ମାଝୀ, ସମ୍ପାଦକ ମନୁ ହଂସ, ସମ୍ପାଦକ ଥବିର ସା, କୋଷାଧକ୍ଷ ହରିଦାସ ତାଣ୍ଡି, ସଦସ୍ୟ ବ୍ରଜେଶ୍ୱର ସାହୁ, ବଜରଙ୍ଗ ସାଣ୍ଢ ପ୍ରମୁଖ ଯୋଗ ଦେଇଥିଲେ । ଗ୍ରାମାଞ୍ଚଳରେ ହୋଇଥିବା ଏହି ସ୍ୱାସ୍ଥ୍ୟ ଶିବିର ପାଇଁ ଅଞ୍ଚଳବାସୀ ଅନେକ ସମୟରେ ନିରୀହ ଅସହାୟ ମାନଙ୍କୁ ସାହାଯ୍ୟ କରିଆସୁଥିବାରୁ ବିକାଶ ମଞ୍ଚ ମୁରିବାହାଲ ବ୍ଲକର ସଦସ୍ୟ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.