ଜୟପାଟଣାରେ ଆୟୋଜିତ ହେଲା ଭୀମଭୋଇ ସାମର୍ଥ୍ୟ ଶିବିର

ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ପଞ୍ଚାୟତ ସମିତି ପରିସର ମଧ୍ୟରେ ଭୀମଭୋଇ ସାମର୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ବ୍ଲକର ବିଭିନ୍ନ ଅଞ୍ଚଳରୁ ୩୦୨ ଜନ ହିତାଧିକାରୀ ପଞ୍ଜିକରଣ କରି ଡାକ୍ତରୀ ମାଇନା ପରେ ସାର୍ଟିଫିକେଟ ମାନପ୍ରାପ୍ତ କରିଥଲେ । ବିଶେଷଜ୍ଞ ଡାକ୍ତର ମାନଂକ ମଧ୍ୟରେ ଅସ୍ଥି ଶଲ୍ୟ ପ୍ରଥମେଶ କଶ୍ୟପ ପଣ୍ଡା, ମାନସିକ ଡାକ୍ତର ଚେତୁରାମ ମେହେର, ଇ ଏନ୍ ଟି ଡାକ୍ତର ପ୍ରଦ୍ୟୁମ୍ନ କୁମାର ପଣ୍ଡା, ଚକ୍ଷୁ ଡାକ୍ତର ଲୋପାମୁଦ୍ରା ବିଶି ପ୍ରମୁଖ ସାମିଲ ହୋଇଥିଲେ । ଏଥି ଶହ ଅଡିଓଲୋଜିଷ୍ଟ ସମ୍ବିତ ସ୍ୱରୂପ ପଣ୍ଡା ଓ ଅନ୍ୟାନ୍ୟ ସହଯୋଗୀ କର୍ମଚାରୀମାନେ ଉପସ୍ଥିତ ଥିଲେ । ପରୀକ୍ଷା ନିରୀକ୍ଷା ପରେ ସମସ୍ତଙ୍କୁ ସାର୍ଟିଫିକେଟ ପ୍ରଦାନ କରାଯାଇ ଭତ୍ତା ପାଇଁ ସୁଯୋଗ ତିଆରି କରାଯାଇଥିଲା । ବ୍ଲକ ସାମାଜିକ ସୁରକ୍ଷା ଭାର ପ୍ରାପ୍ତ ଅଧିକାରୀ ସିଦ୍ଧାର୍ଥ କୁମାର ମୁଣ୍ଡ କାର୍ଯ୍ୟକ୍ରମ ପରିଚାଳନା କରିଥଲେ ।

Leave A Reply

Your email address will not be published.