ଲର୍ଣ୍ଣିଂ ଲିଙ୍କ ଫାଉଣ୍ଡେସନ ଆନୁକୂଲ୍ୟରେ ଶିକ୍ଷକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ଲର୍ଣ୍ଣିଂ ଲିଙ୍କ୍ ଫାଉଣ୍ଡେସନ ଆନୁକୂଲ୍ୟରେ ଗୁଡଭେଲା ବ୍ଲକର ପ୍ରାଥମିକ ଶିକ୍ଷକ, ପ୍ରଧାନ ଶିକ୍ଷକ ଓ ସିଆର୍‌ସିସି ମାନଙ୍କୁ ନେଇ ଏକଦିବସୀୟ ପ୍ରଶିକ୍ଷଣ ଶିବିର ତୁଷୁରା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଗୁଡଭେଲା ବ୍ଲକର ୭୩ଟି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ ଭାବରେ ରୂପାୟନ କରିଥିଲେ । ଉକ୍ତ ପ୍ରଶିକ୍ଷଣକୁ ଡାହିମାଲ କ୍ଲଷ୍ଟର ସିଆର୍‌ସି ସି ପ୍ରହଲ୍ଲାଦ ଦଣ୍ଡସେନା ଓ ଜାମୁଟ କ୍ଲଷ୍ଟର ସିଆର୍‌ସିସି ରମେଶ ଭୋଇ ଦୀପ ପ୍ରଜ୍ୱଳନ କରି ଶୁଭାରମ୍ଭ କରିଥିଲେ ଓ ପୁଇଁତଲା ବ୍ଲକ ସଂଯୋଜକ ପ୍ରୀତମ ବାରିକ ଅତିଥି ପରିଚୟ ପ୍ରଦାନ କରିବା ସହ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏହି ପ୍ରଶିକ୍ଷଣରେ ‘ରୋଡ୍ ଟୁ ସ୍କୁଲ୍ʻ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ପ୍ରଶିକ୍ଷକ ରାଧାକାନ୍ତ ମେହେର “ଏଲ୍‌ଏଲ୍‌ଏଫ୍” ଅନୁଷ୍ଠାନ ତରଫରୁ “ରୋଡ ଟୁ ସ୍କୁଲ୍” କାର୍ଯ୍ୟକ୍ରମର ଏକାଡେମୀକ୍ ମ୍ୟାନେଜର ଗୁଡଭେଲା ବ୍ଲକର ସମସ୍ତ ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ “ନେତୃତ୍ୱ ପ୍ରଶିକ୍ଷଣ” କୌଶଳର ଦକ୍ଷତା ଦୃଷ୍ଟାନ୍ତ ମାଧ୍ୟମରେ ଉଭୟ ଥିଓରୀ ଓ ପ୍ରାକ୍ଟିକାଲ୍ କରାଇ ଜୀବନ୍ତ ଭାବରେ ପରିପ୍ରକାଶ କରାଇଥିଲେ । ଯଦ୍ୱାରା ସମସ୍ତ ପ୍ରଶିକ୍ଷାର୍ଥୀ ଅତି ଆଗ୍ରହ ଓ ଉଦ୍ଦୀପନା ସହ ପ୍ରଶିକ୍ଷଣ ଗ୍ରହଣ କରି ଆତ୍ମ ସନ୍ତୋଷ ଲାଭ କରିଥିଲେ । ଶେଷରେ ଗୁଡଭେଲା ଓ ବଲାଙ୍ଗିର ବ୍ଲକ ସଂଯୋଜକ ତାରାପଦ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ “ରୋଡ ଟୁ ସ୍କୁଲ୍” ପୁଇଁତଲା ବ୍ଲକ୍ କୋଡ଼ିନେଟର ଲିଙ୍ଗରାଜ ନନ୍ଦ ଓ ଗୁଡଭେଲା ବ୍ଲକ କୋଡ଼ିନେଟର ତଥାଗାତ ବଗର୍ତ୍ତୀ, ରିସୋର୍ସପର୍ସନ ଜଗଜୀବନ ସାହୁ, ଜଗା ସାମଲ, ଅବିନାଶ ସାମଲ, ପ୍ରଶାନ୍ତ କୁମାର ମେହେର, ଚନ୍ଦନ କୁମାର ସାହୁ, ରୂପେଲି ଦୀପ, ପୂର୍ଣ୍ଣିମା ପଧାନ, ଅନିଶା ସାହୁ, ଶ୍ରୀମା ଜାନୀ ଓ ବୈଶାଳୀ ପାଣିଗ୍ରାହୀ ସକ୍ରୀୟ ସହଯୋଗ କରି ପ୍ରଶିକ୍ଷଣକୁ ସାଫଲ୍ୟ ମଣ୍ଡନ କରିଥିଲେ ।

Leave A Reply

Your email address will not be published.