୧୨୫ତମ ଜୟନ୍ତୀ ମହୋତ୍ସବ ଅବସରରେ ରକ୍ତଦାନ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟର ୧୨୫ତମ ଜନ୍ମ ଜୟନ୍ତୀ ମହୋତ୍ସବ ଆୟୋଜିତ ହୋଇଯାଇଛି । ଏହି ଅବସରରେ ପ୍ରସ୍ତାବିତ ୨୫ଟି କାର୍ଯ୍ୟକ୍ରମ ମଧ୍ୟରୁ ୧୬ତମ କାର୍ଯ୍ୟକ୍ରମ ଭାବେ ରକ୍ତଦାନ ଶିବିର ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ଚିନ୍ତାମଣି ଚୌଧୁରୀଙ୍କ ସଂଯୋଜନା ତଥା ଆଶିର୍ବାଦ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ମୁଖ୍ୟ ଅତିଥି ଭାବେ ଭୀମଭୋଇ ଭେଷଜ ମହାବିଦ୍ୟାଳ୍ୟର ଚିକିତ୍ସକ ଅଶୋକ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଡ. ଅଭିଷେକ ବେହେରା, ଭୁତିଆରବାହାଲ ଚିକିତ୍ସକ ଓମ୍‌ ପ୍ରକାଶ ସାହୁ, ଭୁତିଆରବାହାଲ ଗ୍ରାମ ପଂଚାୟତ ସମିତି ସଭ୍ୟ ଅଜିତ ସାହୁ ଯୋଗ ଦେଇଥିଲେ । ଏହି ରକ୍ତଦାନ ଶିବିରରେ ମୋଟ ୩୮ ଜଣ ରକ୍ତଦାନ କରିଥିଲେ । ଶେଷରେ ଶିବ ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.