- “ଆତ୍ମ ବିଶ୍ୱାସ ହେଉଛି ସବୁଠୁ ବଡ ଶକ୍ତି”
ବଲାଙ୍ଗିର, (କେପିଏନ୍ଏସ୍) : ସ୍ଥାନୀୟ ଗାନ୍ଧୀନଗର ପଡା ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ରାଣୀ ଲକ୍ଷ୍ମୀବାଈ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ନୂତନ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଆୟୋଜିତ ଉଦ୍ଘାଟନୀ ସଭାରେ ଏଡିଇଓ ସେବାଶ୍ରୀ ଭୋଇ ମୁଖ୍ୟ ଅତିଥି, ଏଡିଇଓ ରୀନା କୁମାରୀ ବେହେରା ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ । ମୁଖ୍ୟ ଅତିଥି ଶ୍ରୀମତୀ ଭୋଇ ନିଜ ବକ୍ତବ୍ୟରେ ଆତ୍ମ ବିଶ୍ୱାସ ହେଉଛି ସବୁଠାରୁ ବଡ ଶକ୍ତି ବୋଲି କହିଥିବା ବେଳେ ମୁଖ୍ୟବକ୍ତା ରୀନା କୁମାରୀ ବେହେରା ସାହସ ହେଉଛି ଆମ ପରିଚୟ ଓ ସମସ୍ତେ ସାହସ ଓ ସ୍ୱାବଲମ୍ବନର ପଥରେ ଆଗେଇ ଚାଲନ୍ତୁ ବୋଲି କହିଥିଲେ । ଏହି ଆତ୍ମ ସୁରକ୍ଷା ଶିବିରରେ ଆପାତକାଳୀନ ସ୍ଥିତିରେ ନିଜକୁ ସୁରକ୍ଷିତ ରଖିବାର କୌଶଳ ସମ୍ପର୍କରେ ତାଲିମ ଦିଆଯାଇଥିଲା । କାର୍ଯ୍ୟକ୍ରମର ସଂଯୋଜନା ସନ୍ତୋଷ ମହାଣା ଦେଇଥିବା ବେଳେ ଧନ୍ୟବାଦ ଦେଇଥିଲେ ଅଶିମ ଭୋଇ । ରିସୋର୍ସ ପର୍ଶନ ଭାବେ ରୋଜି ପଧାନ, ମାନିନୀ ବାଗ, ତିଲୋଚମ୍ପା ମାଝୀ, ପୁଷ୍ପାଞ୍ଜଳି ମହାକୁର ପ୍ରମୁଖ ଯୋଗଦେଇ ଦେଶ ପ୍ରେମ, ଆତ୍ମରକ୍ଷା କୌଶଳ, ଶୃଙ୍ଖଳା ଓ ସମୟାନୁବର୍ତ୍ତିତା ସମ୍ପର୍କରେ ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରେରଣା ଦେବା ସହ ରାଣୀ ଲକ୍ଷ୍ମୀ ବାଈଙ୍କ ବୀରତା, ତ୍ୟାଗ ଓ ଦେଶ ପ୍ରେମ ଉପରେ ଆଲୋଚନା କରିଥିଲେ । ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ୧୧୩ଜଣ ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିଲେ ।