ପାଇକମାଲ ବିନ୍ଧ୍ୟ ବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଚକ୍ଷୁ ଚିକିତ୍ସା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହା ବିଦ୍ୟାଳୟରେ ଯୁବ ରେଡକ୍ରସ ପକ୍ଷରୁ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଥିଲା । ମହା ବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକ ଶିବିରର ଉଦଘାଟନ କରିଥିଲେ । ତ୍ରିଲୋଚନ ନେତ୍ରାଳୟ ସମ୍ବଲପୁରର ଡକ୍ଟର ଓ କର୍ମଚାରୀ ଆସି ମାଗଣାରେ ଚକ୍ଷୁ ପରୀକ୍ଷା କରିଥିଲେ । ଶିବିରରେ ମୋଟ ୧୮୦ ଜଣଙ୍କ ଚକ୍ଷୁ ପରୀକ୍ଷା କରାଯାଇଥିଲା । ଯୁବ ରେଡକ୍ରସ ସଂଯୋଜିକା ପୁଷ୍ପମଞ୍ଜରୀ ପ୍ରଧାନ ଓ ଦେବାଶିଷ ଭଏନା ଶିବିର ପରିଚାଳନା କରିଥିବା ବେଳେ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ତଥା ବହୁମାତ୍ରାରେ ଛାତ୍ରଛାତ୍ରୀ ସ୍ୱେଚ୍ଛାକୃତ ଭାବରେ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.