ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ପଞ୍ଚାୟତ ସମିତି ଡିଗ୍ରୀ ମହାବିଦ୍ୟାଳୟରେ ତ୍ରିଦିବସୀୟ ୟୁଥ୍ ରେଡକ୍ରସ ଶିବିର ମହାସମାରୋହରେ ଉଦଘାଟିତ ହୋଇଯାଇଛି । ପ୍ରଥମ ଦିବସରେ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ତର ଅରବିନ୍ଦ ଓଝା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଦେଓଗାଁ ତହସିଲଦାର ନର୍ମଦା ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି ସମାରୋହରେ କଲେଜର ଅଧ୍ୟକ୍ଷ ରମେଶ ଚନ୍ଦ୍ର ପ୍ରଧାନୀ ସ୍ୱାଗତ ଭାଷଣ ଦେଇଥିଲେ । ଜିଲ୍ଲା ୟୁଥ୍ ରେଡକ୍ରସ ସଂଯୋଜକ ଡକ୍ତର ଦଇତାରୀ ପୂଜାରୀ ଯୋଗ ଦେଇ ଏହି ଶିବିରର କାର୍ଯ୍ୟକ୍ରମର ବିବରଣୀ ଉପସ୍ଥାପନ କରିଥିଲେ । ରାଜନୀତି ବିଜ୍ଞାନ ଅଧ୍ୟାପକଙ୍କୁ ଡକ୍ତର ସୁରେଶ ପ୍ରସାଦ ଷଡ଼ଙ୍ଗୀ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟରୁ ୧୩୫ଜଣ ସ୍ୱେଚ୍ଛାସେବୀ ଯୋଗ ଦେଇଥିଲେ । ଏହି ଶିବିରରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର, ଯୋଗ ପ୍ରଶିକ୍ଷଣ, ପ୍ରାକୃତିକ ବିପର୍ଯ୍ୟୟ ପ୍ରଶାସନ, ଜଳବାୟୁ ପରିଦର୍ଶନ, ଟ୍ରାଫିକ ସମସ୍ୟା ଇତ୍ୟାଦି ସମ୍ପର୍କରେ ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯିବା ନେଇ ସୂଚନା ମିଳିଛି । କଲେଜ୍ ରେଡକ୍ରସ ସଂଯୋଜକ ମଳୟ ରଞ୍ଜନ ରଣା, ଉଦୟନାଥ ରଥ, ସରୋଜ ସାହୁ, ରୁଚିକ ମେହେର, ଆଶିଷ ପଣ୍ଡା, ମନୀଷ ମେହେର, ଅନ୍ୱେଷା ପାଣିଗ୍ରାହୀ, ରୋଜାଲିନ ସାହୁ, କରିସ୍ମା ସା, ରୋଜାରାଣୀ ପ୍ରଧାନ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
Prev Post
Next Post