କର୍କଟ ସଚେତନତା ଶିବିର

ରାଉରକେଲା, (ସସ୍ମିତା ପ୍ରଧାନ) : ସିଭିଲ ଟାଉନସିପ ସ୍ଥିତ କ୍ୟାରିୟର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ ଠାରେ ଏକ ଦିନିକିଆ କର୍କଟ ରୋଗ ଚିହ୍ନଟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ପ୍ରଶାସକ ଡକ୍ଟର ଉମାକାନ୍ତ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ଶିବିରକୁ ପଣ୍ଡା କ୍ୟାନସର ହସ୍ପିଟାଲର କର୍କଟ ରୋଗ ବିଶେଷଜ୍ଞ ପ୍ରଫେସର ଡ଼ା. ରଞ୍ଜିତ କର ମୁଖ୍ୟ ଅତିଥି ଭାବେ ଉଦଘାଟନ କରି କର୍କଟ ଚିହ୍ନଟ ଓ ଏହାର ନିଦାନ ସଂପର୍କରେ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ପ୍ରଥମରୁ ସଚେତନ ହୋଇ ଔଷଧ ସେବନ କଲେ କର୍କଟକୁ ଦୂରେଇ ଦେଇ ହେବ ବୋଲି ସେ କହିଥିଲେ । ଏହି ଅବସରରେ ଅନୁଷ୍ଠାନର ଏଏନ୍‌ଏମ୍‌, ଜିଏନ୍‌ଏମ୍‌ ଓ ଡିଏମ୍‌ଏଲ୍‌ଟି ଛାତ୍ରଛାତ୍ରୀ ଅତିଥିଗଣଙ୍କୁ ପୁଷ୍ପଗୁଚ୍ଛ ସହିତ ଉତ୍ତରୀୟ ଦେଇ ବେଦମନ୍ତ୍ର ପାଠ ସହ ସ୍ୱାଗତ କରିଥିଲେ । ସମ୍ମାନିତ ଅତିଥି ଭାବେ ଅଶୋକ କୁମାର ପାତ୍ର, ଅମୂଲ୍ୟ କୁମାର ଜେନା ପ୍ରମୁଖ ଯୋଗଦେଇ ଭୟଭୀତ ନ ହୋଇ କ୍ୟାନସରକୁ ଧର୍ଯ୍ୟର ସହିତ ମୁକାବିଲା କରିବାକୁ ଆହ୍ଵାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ କ୍ୟାରିୟର୍ ଅନୁଷ୍ଠାନର ନିର୍ଦ୍ଦେଶିକା ସରିତା ପ୍ରଧାନ, ପରିଚାଳନା ନିର୍ଦ୍ଦେଶକ ଶୁଭେନ୍ଦୁ ସାମଲ, ଅଧ୍ୟାପିକା ପ୍ରିୟଙ୍କା ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ । ଡ. ଉମାକାନ୍ତ ପଣ୍ଡା ଅତିଥିମାନଙ୍କ ପରିଚୟ ସହିତ ମଞ୍ଚ ପରିଚାଳନା କରିଥିଲେ । ଏଥିରେ ଅନୁଷ୍ଠାନର କାର୍ଯ୍ୟାଳୟ ପ୍ରମୁଖ ପ୍ରଭା ସୋରେନ ସହଯୋଗ କରିଥିଲେ ।

Leave A Reply

Your email address will not be published.