ଟାଙ୍ଗଣାପଲ୍ଲୀ ହାଇସ୍କୁଲରେ ବ୍ଲକସ୍ତରୀୟ ଗଣିତ ଓ ବିଜ୍ଞାନ ଶିକ୍ଷକ ତାଲିମ ଶିବିର

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରୀନୀଳକଣ୍ଠେଶ୍ଵର ନୋଡାଲ ବିଦ୍ୟାପୀଠ(ହାଇସ୍କୁଲ)ରେ ବ୍ଲକସ୍ତରୀୟ ଗଣିତ ଓ ବିଜ୍ଞାନ ଶିକ୍ଷକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଯାହାକି ଛତ୍ରପୁର ବ୍ଲକର ସମସ୍ତ ଉଚ୍ଚ ବିଦ୍ୟାଳୟ ସମୂହର ଗଣିତ ଓ ବିଜ୍ଞାନ ଶିକ୍ଷକମାନଙ୍କ ପାଇଁ ଏକ ପର୍ଯ୍ୟାୟ କ୍ରମେ ଦିନିକିଆ ଶିକ୍ଷକ ତାଲିମ ଶିବିର ସଂଗଠିତ କାର୍ଯ୍ୟକ୍ରମରେ ଛତ୍ରପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ କୁମାର ପାଢ଼ୀ ଯୋଗଦେଇ ପ୍ରଥମ ଅଧିବେଶନରେ ପ୍ରଦୀପ ପ୍ରଜ୍ୱଳନ କରି ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ବିଦ୍ୟାଳୟ ପ୍ରଧାନଶିକ୍ଷକ ବିଷ୍ଣୁ ପ୍ରସାଦ ତ୍ରିପାଠୀଙ୍କ ସଭାପତିତ୍ୱରେ ପରିଚାଳିତ ଏହି ଶିବିରରେ ସାଧନ ଶିକ୍ଷକ ରୂପେ ମୋନାଲିସା ପଣ୍ଡା, ଲୋପିତା ପଣ୍ଡା, ରାଜଶ୍ରୀ ବେହେରା ଓ ରଶ୍ମୀରଞ୍ଜନ ସାହୁ ଯୋଗ ଦେଇ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଦ୍ଵିତୀୟ ଅଧିବେଶନରେ ବିଦ୍ୟାଳୟର ପ୍ରାକ୍ତନ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ କାମରାଜୁ ମହାରଣା ମୁଖ୍ୟଅତିଥି ରୂପେ ଯୋଗ ଦେଇ ବିଜ୍ଞାନ ଶିକ୍ଷକମାନେ ନୂତନ ବୈଜ୍ଞାନିକ ଚିନ୍ତାଧାରା ନେଇ ବିଦ୍ୟାର୍ଥୀମାନଙ୍କୁ ବିଜ୍ଞାନ ଭିତ୍ତିକ ଜ୍ଞାନ ପ୍ରଦାନ କରିବା ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ ଏବଂ ଭବିଷ୍ୟତରେ ଛାତ୍ରଛାତ୍ରୀମାନଙ୍କୁ ବୈଜ୍ଞାନିକ ହେବାକୁ ପ୍ରସ୍ତୁତ କରିବା ପାଇଁ ଉପଦେଶ ସ୍ୱରୂପ ପରାମର୍ଶ ଦେଇଥିଲେ । ଶିବିରାର୍ଥୀ ମାନଙ୍କୁ ପ୍ରମାଣ ପତ୍ର ବିତରଣ କରିଥିଲେ । ବିଦ୍ୟାଳୟର ଦୁଇ ବିଜ୍ଞାନ ଶିକ୍ଷୟିତ୍ରୀ ବିଷ୍ଣୁ ପ୍ରିୟା ପାଢ଼ୀ ,ଏ. ବିଜୟଶ୍ରୀ ପାତ୍ର ବିଜ୍ଞାନ ତାଲିମ୍ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଶିକ୍ଷକ ଅଭିରାମ ସାହୁ, ଜୟଶ୍ରୀ ଦୋରା, ଯୁଧିଷ୍ଠିର ବେହେରା, ନନ୍ଦିନୀ ସେଠୀ, ଉଷାରାଣୀ ମିଶ୍ର, ଭାଗିରଥି ମିଶ୍ର, ଯମୁନା ରେଡ୍ଡୀ, କୈଳାଶ ଚନ୍ଦ୍ର ବେହେରା,ବିଜୟ କୁମାର ସାହୁ, ପର୍ଶୁରାମ ପାତ୍ର ପ୍ରମୁଖ ଏହି ଶିବିରରେ ସକ୍ରୀୟ ପରିଚାଳନା କରିଥିଲେ । ଏନ୍‌. ସି. ସି. ଫାଷ୍ଟକ୍ଲାସ୍ ଅଫିସର ସୁଧାକର ବଳି ଅତିଥିମାନଙ୍କ ପରିଚୟ ପ୍ରଦାନ କରିବା ସାଂଗକୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.