ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଡାକ ବଙ୍ଗଳା ଛକରେ ରବିବାର ଦିନ ଏକ ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି । ହନୁମାନ ଜନ୍ମୋତ୍ସବ ସମିତି କୁତୁର୍ଲା ଓ ମହାନଦୀ ନେତ୍ର ଚିକିତ୍ସାଳୟ ବୀରମହାରାଜପୁରର ମିଳିତ ଉଦ୍ୟମରେ ଏହି ଶିବିର ଅନୁଷ୍ଠିତ ହୋଇଥିବା ବେଳେ ୮ଟି ଗାଁରୁ ପ୍ରାୟ ୭୦ଜଣ ଚକ୍ଷୁ ରୋଗୀ ଯୋଗ ଦେଇ ପରାମର୍ଶ ନେଇଥିଲେ । ଶିବିରରେ ଦେଓଗାଁ ବ୍ଲକ ସାଂସଦ ପ୍ରତିନିଧି ଶଶି ଭୂଷଣ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ବଲାଙ୍ଗିର ସ୍ୱେଚ୍ଛାସେବୀ ସଙ୍ଗଠନର ଗୋବିନ୍ଦ ଶତପଥୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ହନୁମାନ ଜନ୍ମୋତ୍ସବ ସମିତିର ଆହାଲାଦ ମେର୍ଲି, ସରୋଜ ନାୟକ, ନିତ୍ୟାନନ୍ଦ ଷଡ଼ଙ୍ଗୀ, ସୌମ୍ୟ ରଞ୍ଜନ ପୁରୋହିତ, ସୁରେନ୍ଦ୍ର ପ୍ରଧାନ, ବଳବନ୍ତ ପରୁଆ, ଭିକୁ ରଣା, କୁନାଲ ଥନାପତି ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
Prev Post