lika

ଆସନ୍ତା ୨୦ ତାରିଖରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

gbag

ବଡ଼ମ୍ବା : ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ରଙ୍କ ଉପସ୍ଥିତିରେ ବ୍ଲକ ସମ୍ମିଳନୀ କକ୍ଷରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଏବଂ ୩ୟ ପର୍ଯ୍ୟାୟ ବିଦ୍ୟାଳୟ ଉନ୍ନତିକରଣ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି । ବଡ଼ମ୍ବା ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ଅଧିକାରୀ ଅମ୍ବର କର, ବିଡିଓ ଉତ୍କଳ ରଞ୍ଜନ ଆଚାର୍ଯ୍ୟ, ବ୍ଲକ ଉପାଧ୍ୟକ୍ଷା ସ୍ୱର୍ଣ୍ଣଲତା ବେହେରା, ଜିଲ୍ଲା ପରିଷଦ ସଦସ୍ୟ ରବୀନ୍ଦ୍ର କୁମାର ସାହୁ, ବ୍ଲକ ଶିକ୍ଷାଧିକାରୀ ରବୀନ୍ଦ୍ର ପ୍ରଧାନଙ୍କ ସମେତ ସ୍ୱାସ୍ଥ୍ୟ, ଶିକ୍ଷା, ସମନ୍ୱିତ ଶିଶୁ ବିକାଶ, ମିଶନ ଶକ୍ତି ଆଦିର ଅଧିକାରୀ ଓ ବିଭାଗୀୟ ଯନ୍ତ୍ରୀମାନେ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ୨୧ଟି ବିଭିନ୍ନ ଭିନ୍ନକ୍ଷମ ବିଭାଗରେ କିଭଳି ପିଲାଠାରୁ ବୟସ୍କମାନେ ଚିହ୍ନଟ, ଚିକିତ୍ସା ପରାମର୍ଶ ତଥା ସରକାରଙ୍କ ତରଫରୁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସହାୟତା କିଭଳି ସୁବିଧାରେ ପାଇବେ ସେନେଇ ବିଶଦ ଆଲୋଚନା କରାଯାଇଥିଲା । ଆସନ୍ତା ୨୦ ତାରିଖରେ ବଡ଼ମ୍ବାରେ ବ୍ଲକସ୍ତରୀୟ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହେବ ବୋଲି ସଭାରେ ନିଷ୍ପତ୍ତି ହୋଇଥିବା ବିଧାୟକ ଶ୍ରୀ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେହିଭଳି ବିଭିନ୍ନ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧିଙ୍କ ଉପସ୍ଥିତିରେ ୩ୟ ପର୍ଯ୍ୟାୟ ବିଦ୍ୟାଳୟ ଉନ୍ନତିକରଣ ନେଇ ସବିଶେଷ ଆଲୋଚନା କରାଯାଇଥିଲା । ବିଭାଗୀୟ ପଦାଧିକାରୀ ଏବଂ ଜନପ୍ରତିନିଧିଙ୍କ ପରାମର୍ଶ କ୍ରମେ ଏହି ପର୍ଯ୍ୟାୟରେ ବ୍ଲକ ଅନ୍ତର୍ଗତ ୨୦ଟି ସ୍କୁଲକୁ ୫-ଟି ଜରିଆରେ ଉନ୍ନତିକରଣ କରାଯିବାକୁ ସ୍ଥିର ହୋଇଥିବା ବିଧାୟକଙ୍କଠାରୁ ପ୍ରକାଶ ପାଇଛି ।

babaa
Leave A Reply

Your email address will not be published.