ଆଜି ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ସେବାପକ୍ଷ ଏବଂ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ ଅଧୀନରେ ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଆଜି ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ ପରିକଳ୍ପନା କରାଯାଇଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ଡା. ଶାନ୍ତନୁ କୁମାର ଜେନା ସୂଚନା ଦେଇଛନ୍ତି । ଜିଲ୍ଲା ରେଡ଼କ୍ରସ ସମିତି ତଥା ରକ୍ତ ଭଣ୍ଡାରର ଡାକ୍ତରୀ ଦଳ ଏହି ରକ୍ତଦାନ ଶିବିରରେ ଆଗ୍ରହୀ ଯୁବକ ଯୁବତୀଙ୍କ ଠାରୁ ରକ୍ତ ସଂଗ୍ରହ କରିବେ । ପୂର୍ବାହ୍ନ ୧୦ ଘଣ୍ଟା ସମୟରେ ରକ୍ତଦାନ କାର୍ଯ୍ୟ ଆରମ୍ଭ ହେବ । ୧୮ ବର୍ଷରୁ ୬୫ ବର୍ଷ ବୟସର ପୁରୁଷ ଓ ମହିଳା ଯେଉଁମାନଙ୍କ ଓଜନ ୫୦ କିଗ୍ରାରୁ ଅଧିକ ଥିବ, କୌଣସି ରୋଗାକ୍ରାନ୍ତ ହୋଇନଥିବେ, ସାଧାରଣ ସ୍ୱାସ୍ଥ୍ୟ ଥିବ, ହେମୋଗ୍ଲୋବିନ ସ୍ତର ୧୧ଜି/ଡ଼ିଏଲ ଥିବ ଏବଂ ପୂର୍ବ ରକ୍ତଦାନର ୯୦ ଦିନ ଅତିକ୍ରମ ହୋଇଥିବ, ସେହିମାନେ ଏହି ଶିବିରରେ ରକ୍ତଦାନ କରିପାରିବେ । ଏ ସମ୍ପର୍କରେ ଡେଲାଙ୍ଗ ପଂଚାୟତ ସମିତି ଅଧ୍ୟକ୍ଷା, ବିଡ଼ିଓ, ବ୍ଲକ ଶିକ୍ଷା ଅଧିକାରୀ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, କଲ୍ୟାଣପୁର ଓ ଡେଲାଙ୍ଗ ଗାଦିବ୍ରହ୍ମ ମହାବିଦ୍ୟାଳୟ ଅଧ୍ୟକ୍ଷ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଭା ଓ ପ୍ରଭାତ କ୍ଲବ କାର୍ଯ୍ୟକର୍ତ୍ତାଙ୍କ ସହଯୋଗ ନିମନ୍ତେ ନିବେଦନ କରାଯାଇଛି । ଏ ସମ୍ପର୍କରେ ଅଧିକ ବିବରଣୀ ପାଇଁ ବ୍ଲକ ସ୍ୱାସ୍ଥ୍ୟ ମିଶନ ପରିଚାଳକ ଦିଲୀପ କୁମାର ପରିଡ଼ାଙ୍କୁ ୮୨୪୯୨୫୮୪୫୭ ଓ ବ୍ଲକ ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସ୍ନେହାଞ୍ଜଳି ପଣ୍ଡାଙ୍କୁ ୮୨୪୯୦୮୮୩୮୫ ଫୋନ ନମ୍ବରରେ ସମ୍ପର୍କ ରଖିବାକୁ ଅଧିକ୍ଷକ ଡା. ଜେନା ନିବେଦନ କରିଛନ୍ତି ।

Leave A Reply

Your email address will not be published.